ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ କଂଗ୍ରେସର କଟାକ୍ଷ: ସରକାର ନକଲି ଚାବି ପାଇଁ ଟିମ୍ ଗଠନ କଲେ, ଅସଲି ଚାବି ଖୋଜିବା ପାଇଁ କ’ଣ କରିଛନ୍ତି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ସରକାରଙ୍କୁ ସିଧାସଳଖ ନିଶାଣ କରିଛି କଂଗ୍ରେସ । ସରକାର ନକଲି ଚାବି ଖୋଜିବାପାଇଁ ଦୁଇଟି ଟିମ୍ ଗଠନ କରିଥିଲେ । କିନ୍ତୁ ଅସିଲି ଚାବି ଖୋଜିବାପାଇଁ କୌଣସି ପଦକ୍ଷେପ ନେଇନଥିଲେ । ଯେତେବେଳେ ସାରା ରାଜ୍ୟ ରତ୍ନ ଭଣ୍ଡାର ଖୋଲିବା ଦାବିରେ ପଡ଼ୁଛି ଉଠୁଛି ହୁ ହୁ ହୋଇ ଆନ୍ଦୋଳନର ବର୍ଣ୍ଣି ରାଜ୍ୟବ୍ୟାପି ଜଳୁଛି ପ୍ରସଙ୍ଗର ଉଷ୍ମତାକୁ ପ୍ରଶମିତ କରିବାପାଇଁ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ କମିଶନ ବସାଇଥିଲେ ଏବଂ କମିଶନ ତାଙ୍କ ରିପୋର୍ଟ ୨୯.୧୧.୨୦୧୮ରୁ ରାଜ୍ୟ ସରକାରଙ୍କ ପାଖରେ ଦାଖଲ କରିବା ପରେ ମଧ୍ୟ ରାଜ୍ୟ ସରକାର ତଦନ୍ତ କମିଶନଙ୍କ ରିପୋର୍ଟ ବିଧାନସଭାରେ ଆଗତ କରୁଛନ୍ତି ନା ରତ୍ନ ଭଣ୍ଡାର ଖୋଲିବା ଦିଗରେ କୌଣସି ପଦକ୍ଷେପ ନେଉଛନ୍ତି ।

ଏଥିରୁ ସ୍ପଷ୍ଟ ବାରିହୋଇପଡ଼ୁଛି ରତ୍ନ ଭଣ୍ଡାର ଚାବି ହଜିବା ସରକାରୀ ପ୍ରାୟୋଜିତ କାର୍ଯ୍ୟକ୍ରମ । ଆମେ ଆଶଙ୍କା କରୁଛୁ ରାଜ୍ୟବାସୀଙ୍କ ଚାପ ଏବଂ ରତ୍ନଭଣ୍ଡାର ଖୋଲିବା ନେଇ ଟେମ୍ପୁଲ ମ୍ୟାନେଜମେଂଟ କମିଟିର ନିଷ୍ପତିର ୫ବର୍ଷପରେ ମଧ୍ୟ ସରକାର ରତ୍ନଭଣ୍ଡାର ନ ଖୋଲିବା ସୂଚାଉଛି ଯେ ସରକାରଙ୍କ ଜ୍ଞାତ ସାରରେ ରତ୍ନଭଣ୍ଡାର ଲୁଟ ହୋଇଛି । ଯଦି ସରକାର ଏବଂ ସରକାରଙ୍କ ମୁଖିଆ ମୁଖ୍ୟମନ୍ତ୍ରୀ ୪.୫ କୋଟି ଓଡ଼ିଆଙ୍କୁ ନିଜର ପରିବାର ବୋଲି କହୁଛନ୍ତି ରତ୍ନ ଭଣ୍ଡାର ଖୋଲି ମହାପ୍ରଭୁଙ୍କର ରତ୍ନ ସୁରକ୍ଷିତ ଅଛିବୋଲି ପ୍ରମାଣ ଦେଇ କଂଗ୍ରେସର ଅଭିଯୋଗକୁ ମିଥ୍ୟା ପ୍ରମାଣିତ କରନ୍ତୁ ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର ସିଧାସଳଖ ସରକାରଙ୍କ ଉପରେ ବର୍ଷିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ମୁଖପାତ୍ର ମନୋରଞ୍ଜନ ଦାଶ ଏବଂ କୃଷ୍ଣଚନ୍ଦ୍ର ପତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.