ପ୍ରକାଶ ପାଇଲା ଓଏଏସ ରେଜଲ୍ଟ, ସୁଦେବ କୁମାର ପୃଷ୍ଟି ଟପ୍ପର

0

ଓଡିଆ ନ୍ୟୁଜ (ବ୍ୟୁରୋ): ସବୁ ପ୍ରତୀକ୍ଷାର ଅବସାନ ଘଟିଲା । ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ୨୦୨୧-୨୨ର ଫଳପ୍ରକାଶ ପାଇଛି। ସୁଦେବ କୁମାର ପୃଷ୍ଟି ଓଏଏସ୍ ଟପ୍ପର ହୋଇଛନ୍ତି। ଟପ୍ପର ତାଲିକାରେ ସୁଚିସ୍ମିତା ପାଣିଗ୍ରାହୀ ଦ୍ୱିତୀୟ, ପ୍ରଣବ ରଂଜନ ସାହୁ ତୃତୀୟ, ବୈଶାଖୀ ଲେଙ୍କା ୪ର୍ଥ, ଶ୍ୱେତଲିନା ମାହାନା ୫ମ, ଅଗ୍ନିଜା ଶିବଦତ୍ତା ୬ଷ୍ଠ, ସନ୍ତୋଷ କୁମାର ପାତ୍ର ୭ମ, ମୀମାଂସା ସାହୁ ୮ମ, ବିନ୍ଦୁ ବଳୟ ରାଉତରାୟ ୯ମ, ସୌମ୍ୟରଂଜନ ମହାପାତ୍ର ୧୦ମ ସ୍ଥାନରେ ରହିଛନ୍ତି। ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୫ ପୁଅ ଏବଂ ୫ ଝିଅ ଅଛନ୍ତି। ୧୬୪ ଝିଅଙ୍କ ସହ ମୋଟ ୪୩୨ ପ୍ରାର୍ଥୀ କୃତକାର୍ୟ୍ୟ ହୋଇଛନ୍ତି।

ଚଳିତ ବର୍ଷ ଏଥିନିମନ୍ତେ ୨୧ ଫେବୃଆରୀରୁ ୧୮ ମାର୍ଚ୍ଚ ପର୍ୟ୍ୟନ୍ତ ଲିଖିତ ପରୀକ୍ଷା ହୋଇଥିଲା। ଯେତେବେଳେ କି ବ୍ୟକ୍ତିଗତ ପରୀକ୍ଷା ଚଳିତ ବର୍ଷ ଜୁଲାଇ ୧୫ରୁ ୨୫ ତାରିଖ ପର୍ୟ୍ୟନ୍ତ ହୋଇଥିଲା। କୃତକାର୍ଯ୍ୟ ହୋଇଥିବା ପିଲାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.