ଓଡିଆ ନ୍ୟୁଜ (ବୁରୋ) : ସାରା ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଉପକୂଳବର୍ତ୍ତୀ ବାଂଲାଦେଶ ଏବଂ ଆଖପାଖ ଅଞ୍ଚଳ ଉପରେ ଥିବା ଗଭୀର ଅବପାତ ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୩୧ କିଲୋମିଟର୍ ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିଶୀଳ ହୋଇ ଉପକୂଳବର୍ତ୍ତୀ ବାଂଲାଦେଶ ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ନିକଟ ଆକାଶରେ କେନ୍ଦ୍ରୀଭୂତ ହୋଇଛି। ଆଗାମୀ ୧୨ ଘଣ୍ଟା ମଧ୍ୟରେ ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିଶୀଳ ହୋଇ ଝାଡ଼ଖଣ୍ଡକୁ ଆଚ୍ଛନ୍ନ କରି କ୍ରମଶଃ ଲଘୁଚାପରେ ପରିଣିତ ହୋଇ ଓ ପରବର୍ତ୍ତୀ ୨୪ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପ ପାଲଟିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଅଗଷ୍ଟ ୩ ତାରିଖ ଦିନ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେବଗଡ଼, ଅନଗୁଳ, କେନ୍ଦୁଝର ଏବଂ ବୌଦ୍ଧ ଜିଲ୍ଲାର ସ୍ଥାନେ ସ୍ଥାନେ ଅତ୍ୟଧିକ ପ୍ରବଳ ୭ରୁ ୨୦ ସେ. ମି. ବର୍ଷା ହେବାର ସମ୍ଭାବନା ରହିଛି।
ଆଞ୍ଚଳିକ ପାଣିପାଗ ବିଭାଗ ଜାରି କରିଥିବା ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼ ଷ୍ଟେସନ୍ରେ ୩୯୦.୬, ସମ୍ବଲପୁର ଜିଲ୍ଲାର ଜୁଜୁମରା ଷ୍ଟେସନ୍ରେ ୩୬୧.୮, ରାଇରାଖୋଲ୍ ଷ୍ଟେସନ୍ରେ ୩୪୮.୦, ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଷ୍ଟେସନ୍ରେ ୩୦୦.୬, କେନ୍ଦୁଝର ଜିଲ୍ଲା ଶାରପଡ଼ା ଷ୍ଟେସନ୍ରେ ୨୭୬.୮, ସୋନପୁର ଜିଲ୍ଲାର ବୀରମହାରାଜପୁର ଷ୍ଟେସନ୍ରେ ୨୭୨.୪, ଉଲୁଣ୍ଡା ଷ୍ଟେସନ୍ରେ ୧୬୨.୦, ଅନଗୁଳ ଜିଲ୍ଲାର ଆଠମଲ୍ଲିକ ଷ୍ଟେସନ୍ରେ ୨୩୨.୦, ଆର୍. କେ. ନଗର ଷ୍ଟେସନ୍ରେ ୨୩୦.୦, ସୋନପୁର ଜିଲ୍ଲାର ରିନିକା ଷ୍ଟେସନ୍ରେ ୨୨୭.୨, ବଲାଙ୍ଗୀର ଜିଲ୍ଲାର ଅଗଲପୁର ଷ୍ଟେସନ୍ରେ ୨୨୩.୪, କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଷ୍ଟେସନ୍ରେ ୨୧୯.୨, ମୟୂରଭଞ୍ଜ ଜିଲ୍ଲାର ଜୋଶୀପୁର ଷ୍ଟେସନ୍ରେ ୨୧୭.୨, ମୟୂରଭଞ୍ଜ ଜିଲ୍ଲାର ରରୁଆଁ ଷ୍ଟେସନ୍ରେ ୨୧୦.୦, ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ଷ୍ଟେସନ୍ରେ ୨୧୦.୦, କନ୍ଧମାଳ ଜିଲ୍ଲାର ରାଇଗୁଡ଼ା ଷ୍ଟେସନ୍ରେ ୨୧୦.୦, ମୟୂରଭଞ୍ଜ ଜିଲ୍ଲାର ସୁକ୍ରିଲ୍ଲି ଷ୍ଟେସନ୍ରେ ୨୦୮.୬, କନ୍ଧମାଳ ଜିଲ୍ଲାର କେ. ନୂଆଗାଁ ଷ୍ଟେସନ୍ରେ ୨୦୬.୪, ଫୁଲବାଣୀ ଷ୍ଟେସନ୍ରେ ୨୦୫.୬, କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ଷ୍ଟେସନ୍ରେ ୧୯୫.୦, ଝାରସୁଗୁଡ଼ା ଜିଲ୍ଲାର କିରମାରା ଷ୍ଟେସନ୍ରେ ୧୯୩.୦, କୋଲାବିରା ଷ୍ଟେସନ୍ରେ ୧୯୦.୨, ମୟୂରଭଞ୍ଜ ଜିଲ୍ଲାର କୁସୁମୀ ଷ୍ଟେସନ୍ରେ ୧୮୯.୦, କେନ୍ଦୁଝର ଜିଲ୍ଲାର ତେଲ୍କୋଇ ଷ୍ଟେସନ୍ରେ ୧୮୬.୫, ବାଲେଶ୍ବର ଜିଲ୍ଲାର ଖଇରା ଷ୍ଟେସନ୍ରେ ୧୮୫.୦, ବରଗଡ଼ ଜିଲ୍ଲାର ବିଜେପୁର ଷ୍ଟେସନ୍ରେ ୧୮୫.୦, ମୟୂରଭଞ୍ଜ ଜିଲ୍ଲାର ଜାମଡ଼ା ଷ୍ଟେସନ୍ରେ ୧୮୫ ୦, ବଲାଙ୍ଗୀର ଜିଲ୍ଲାର ବଲାଙ୍ଗୀର ଷ୍ଟେସନ୍ରେ ୧୭୩.୦, ବରଗଡ଼ ଜିଲ୍ଲାର ଗାଇସିଲେଟ୍ ଷ୍ଟେସନ୍ରେ ୧୭୦.୦, ବୌଦ୍ଧ ଜିଲ୍ଲାର କାନିଆମାଇ ଷ୍ଟେସନ୍ରେ ୧୬୦.୪, ବାଲେଶ୍ବର ଜିଲ୍ଲାର ଓଉପଦା ଷ୍ଟେସନ୍ରେ ୧୬୦.୦, ଅନଗୁଳ ଜିଲ୍ଲାର ପାଲଲହଡ଼ା ଷ୍ଟେସନ୍ରେ ୧୬୦.୦, ବଲାଙ୍ଗୀର ଜିଲ୍ଲାର ବଙ୍ଗମୁଣ୍ଡା ଷ୍ଟେସନ୍ରେ ୨୨୩.୪, ଝାରସୁଗୁଡ଼ା ଜିଲ୍ଲାର ଲାଇକିରା ଷ୍ଟେସନ୍ରେ ୧୫୬.୨, ସୋନପୁର ଜିଲ୍ଲାର ତରଭା ଷ୍ଟେସନ୍ରେ ୧୫୬.୦, କେନ୍ଦୁଝର ଜିଲ୍ଲାର କେନ୍ଦୁଝରଗଡ଼ ଷ୍ଟେସନ୍ରେ ୧୫୦.୨, ଅନଗୁଳ ଜିଲ୍ଲାର ଅନଗୁଳ ଷ୍ଟେସନ୍ରେ ୧୫୦.୦, ବରଗଡ଼ ଜିଲ୍ଲାର ବାରିପଦା ଷ୍ଟେସନ୍ରେ ୧୪୮.୦, ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଜିଲ୍ଲାର ଷ୍ଟେସନ୍ରେ ୧୪୮.୦, ଅନଗୁଳ ଜିଲ୍ଲାର ତାଳଚେର ଷ୍ଟେସନ୍ରେ ୧୪୭.୦, କନ୍ଧମାଳର ଚକପଡ଼ା ଷ୍ଟେସନ୍ରେ ୧୪୭.୦, କେନ୍ଦୁଝର ଜିଲ୍ଲାର ବଂଶପାଳ ଷ୍ଟେସନ୍ରେ ୧୪୫.୫, ଢେଙ୍କାନାଳ ଜିଲ୍ଲାର ଭୁବନ ଷ୍ଟେସନ୍ରେ ୧୪୫.୦, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଷ୍ଟେସନ୍ରେ ୧୪୫.୦, ମୟୂରଭଞ୍ଜ ଜିଲ୍ଲାର ବାରିପଦ ଷ୍ଟେସନ୍ରେ ୧୪୪.୬, ବାଲେଶ୍ବର ଜିଲ୍ଲାର ସୋର ଷ୍ଟେସନ୍ରେ ୧୪୪.୦, ବୌଦ୍ଧ ଜିଲ୍ଲାର ହରଭଙ୍ଗା ଷ୍ଟେସନ୍ରେ ୧୪୩.୪, ସମ୍ବଲପୁର ଜିଲ୍ଲାର ନାକ୍ଟିଦେଉଳ ଷ୍ଟେସନ୍ରେ ୧୪୦.୦, ନୂଆପଡ଼ା ଜିଲ୍ଲାର କୋମନା ଷ୍ଟେସନ୍ରେ ୧୪୦.୦, ବାଲେଶ୍ବର ଜିଲ୍ଲାର ବାଲେଶ୍ବର ଷ୍ଟେସନ୍ରେ ୧୩୭.୭, କନ୍ଧମାଳ ଜିଲ୍ଲାର କୋତଗଡ଼ ଷ୍ଟେସନ୍ରେ ୧୩୬.୭, ବାଲେଶ୍ବର ଜିଲ୍ଲାର ଭୋଗରାଇ ଷ୍ଟେସନ୍ରେ ୧୩୫.୦, କନ୍ଧମାଳ ଜିଲ୍ଲାର ଖଜୁରିପଦା ଷ୍ଟେସନ୍ରେ ୧୩୩.୨, ଅନଗୁଳ ଜିଲ୍ଲାର ଛେଣ୍ଡିପଦା ଷ୍ଟେସନ୍ରେ ୧୩୧.୨, ବରଗଡ଼ ଜିଲ୍ଲାର ସୋହେଲା ଷ୍ଟେସନ୍ରେ ୧୩୦.୦, ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଷ୍ଟେସନ୍ରେ ୧୨୭.୦, କନ୍ଧମାଳ ଜିଲ୍ଲାର ଟିକାବାଲି ଷ୍ଟେସନ୍ରେ ୧୨୭.୦, ବଲାଙ୍ଗୀର ଜିଲ୍ଲାର ଗୁଡ଼ବେଲା ଷ୍ଟେସନ୍ରେ ୧୨୫.୬, କଟକ ଜିଲ୍ଲାର କଣ୍ଟପଡ଼ା ଷ୍ଟେସନ୍ରେ ୧୨୪.୦, ବଲାଙ୍ଗୀର ଜିଲ୍ଲାର ଲୋଇସିଙ୍ଗା ଷ୍ଟେସନ୍ରେ ୧୨୩.୦, କଳାହାଣ୍ଡି ଜିଲ୍ଲାର ନର୍ଲା ଷ୍ଟେସନ୍ରେ ୧୨୨.୦, କେନ୍ଦୁଝର ଜିଲ୍ଲାର ଘଟଗାଁ ଷ୍ଟେସନ୍ରେ ୧୨୧.୮, ଭଦ୍ରକ ଜିଲ୍ଲାର ବାସୁଦେବପୁର ଷ୍ଟେସନ୍ରେ ୧୨୦.୦, ବରଗଡ଼ ଜିଲ୍ଲାର ପଦମପୁର ଷ୍ଟେସନ୍ରେ ୧୨୦.୦, ରାୟଗଡ଼ା ଜିଲ୍ଲାର ପଦ୍ମପୁର ଷ୍ଟେସନ୍ରେ ୧୨୦.୦, କନ୍ଧମାଳ ଜିଲ୍ଲାର ରାଇକିଆ ଷ୍ଟେସନ୍ରେ ୧୧୮.୮, ଯାଜପୁର ଜିଲ୍ଲାର ଦାନଗାଦି ଷ୍ଟେସନ୍ରେ ୧୧୭.୦, କେନ୍ଦୁଝର ଜିଲ୍ଲାର ଜୋଡ଼ା ଷ୍ଟେସନ୍ରେ ୧୧୬.୭, କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଷ୍ଟେସନ୍ରେ ୧୧୬.୪, କେନ୍ଦୁଝର ଜିଲ୍ଲାର ହାଇଆଡିହି ଷ୍ଟେସନ୍ରେ ୧୧୫.୪, ମୟୂରଭଞ୍ଜ ଜିଲ୍ଲାର ବିଜତଳା ଷ୍ଟେସନ୍ରେ ୧୧୫.୦, ରାସଗୋବିନ୍ଦପୁର ଷ୍ଟେସନ୍ରେ ୧୧୩.୬, ସମ୍ବଲପୁର ଜିଲ୍ଲାର ଜମନକିରା ଷ୍ଟେସନ୍ରେ ୧୧୨.୬, ବାଲେଶ୍ବର ଜିଲ୍ଲାର ରେମୁଣା ଷ୍ଟେସନ୍ରେ ୧୦୭.୦, କେନ୍ଦୁଝର ଜିଲ୍ଲାର ଘଷିପୁରା ଷ୍ଟେସନ୍ରେ ୧୦୬.୩, ବଲାଙ୍ଗୀର ଦେଓଗାଁ ଷ୍ଟେସନ୍ରେ ୧୦୫.୦, ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଷ୍ଟେସନ୍ରେ ୧୦୨.୦, କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ଷ୍ଟେସନ୍ରେ ୧୦୧.୨, ବଲାଙ୍ଗୀର ଜିଲ୍ଲାର ତୁରେଇକେଲା ଷ୍ଟେସନ୍ରେ ୧୦୧.୦ ଓ ବାଲେଶ୍ବର ଜିଲ୍ଲାର ବାହାନଗା ଷ୍ଟେସନ୍ରେ ୧୦୦.୦ ମିଲିଲିଟର୍ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।