ସାମ୍ପ୍ରଦାୟିକ ହିଂସାରେ ଜଳୁଛି ହରିଆଣା, ରାଲି ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ଆବେଦନ

0

ଓଡିଆ ନ୍ୟୁଜ (ବ୍ୟୁରୋ) : ସାମ୍ପ୍ରଦାୟିକ ହିଂସାରେ ଜଳୁଛି ହରିଆଣା । ଦୁଇ ଗୋଷ୍ଠି ମଧ୍ୟରେ ବିବାଦ ଯୋଗୁଁ ଗଲାଣି ୫ ଜଣଙ୍କ ଜୀବନ । ବିଭିନ୍ନ ସ୍ଥାନରେ ଜଳାପୋଡା ଘଟଣ।। ସାମ୍ନାକୁ ଆସୁଛି । ଏଥିପାଇଁ ଅନେକ ସ୍ଥନରେ ୧୪୪ଧାରା ଲାଗୁ ହେବା ସହ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ କରିଦିଆଯାଇଛି । ଏହାରି ଭିତରେ ସୁପ୍ରିମକୋର୍ଟରେ ପହଞ୍ଚିଛି ହରିୟାଣା ଗୋଷ୍ଠୀ ସଙ୍ଘର୍ଷ ମାମଲା। ବିଶ୍ୱ ହିନ୍ଦୁ ପରିଷଦଏବଂ ବଜରଙ୍ଗ ଦଳ ଦ୍ୱାରା ଘୋଷିତ ରାଲି ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ଏକ ଜରୁରୀ ଆବେଦନ କରାଯାଇଛି। ତୁରନ୍ତ ଏନେଇ ଶୁଣାଣି କରିବାକୁ ବରିଷ୍ଠ ଓକିଲ ସିୱାଇ ସିଂହ ଆବେଦନ କରିଛନ୍ତି।

ସେ ପ୍ରଧାନ ବିଚାରପତିଙ୍କୁ କହିଛନ୍ତି, ରାଲି ବନ୍ଦ ନେଇ ଏକ ଜରୁରୀ ଶୁଣାଣି କରିବାକୁ ବିଚାରପତି ଅନିରୁଦ୍ଧ ବୋଷଙ୍କୁ ଅନୁରୋଧ କରିଥିଲି। ମାତ୍ର ସେ ଆପଣଙ୍କୁ ପଠାଇ ଦେଇଛନ୍ତି।ଦ୍ଦ ପ୍ରଧାନ ବିଚାରପତି କହିଛନ୍ତି, “ଜରୁରୀ ମାମଲାଗୁଡ଼ିକର ଶୀଘ୍ର ଶୁଣାଣି ପାଇଁ ଆମେ ସମ୍ବିଧାନ ବେଞ୍ଚରେ ବସିଛୁ। ତୁରନ୍ତ ଶୁଣାଣି ପାଇଁ ବ୍ୟବସ୍ଥା କରାଯାଉଛି। ଉଲ୍ଲେଖିତ ରେଜିଷ୍ଟ୍ରାରଙ୍କ ନିକଟକୁ ଯାଆନ୍ତୁ।ଦ୍ଦ ଫଳରେ ଏହି ମାମଲା କିଛି ସମୟ ପାଇଁ ସ୍ଥଗିତ ରଖାଯାଇଛି। ଉଲ୍ଲେଖିତ ରେଜିଷ୍ଟ୍ରାର ଏହାକୁ ଶୀଘ୍ର ଶୁଣାଣି ପାଇଁ ତାଲିକାଭୁକ୍ତ କରିବା ପରେ ବିଚାର କରାଯିବ। ସେପଟେ, ଦକ୍ଷିଣପନ୍ଥୀ ସଂଗଠନ ଆଜି ଦିଲ୍ଲୀ-ଏନସିଆରରେ ରାଲି ଆୟୋଜନ କରିବାର କାର୍ୟ୍ୟକ୍ରମ ରହିଛି, ଯାହା ହରିୟାଣା ନୁହରେ ଘଟିଥିବା ଗୋଷ୍ଠୀ ସଙ୍ଘର୍ଷର ବିରୋଧ କରିବ।

ବିଶ୍ୱ ହିନ୍ଦୁ ପରିଷଦ ନୁହ ହିଂସାକାଣ୍ଡ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ବଜରଙ୍ଗ ଦଳ କର୍ମୀ ଦିଲ୍ଲୀର ନିର୍ମନ ବିହାର ମେଟ୍ରୋ ଷ୍ଟେସନ ନିକଟରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅନ୍ୟପଟେ ଏହି ଦୁଇ ଦଳ ମଧ୍ୟ ଦିଲ୍ଲୀର ପ୍ରମୁଖ ସ୍ଥାନରେ ବିକ୍ଷୋଭ ସହ କୁଶ ପୁତ୍ତଳିକା ଦାହ ନେଇ ଯୋଜନା କରିଛନ୍ତି। ସୂଚନା ଅନୁସାରେ, ସୋମବାର ହରିୟାଣା ନୁହରେ ବିଶ୍ୱ ହିନ୍ଦୁ ପରିଶଦ ଶୋଭାଯାତ୍ରା ସମୟରେ ଏହାକୁ ଅଟକାଇବାକୁ ଉଦ୍ୟମ କରାଯାଇଥିଲା। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ହୋଇଥିଲେ। ଏଥିରେ ୩ ଜଣ ସାଧାରଣ ନାଗରିକଙ୍କ ସମେତ ଜଣେ ଇମାମ ଏବଂ ଦୁଇ ଜଣ ହୋମଗାର୍ଡଙ୍କ ଜୀବନ ଗଲାଣି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ ସେବାକୁ ଦୁଇଦିନ ପର୍ୟ୍ୟନ୍ତ ସ୍ଥଗିତ ରଖାଯିବା ସହ ସ୍କୁଲ୍-କଲେଜ ଛୁଟି ଘୋଷଣା କରାଯାଇଥିଲା। ପୁଲିସ୍ ଏଜାବତ ୪୧ଟି ମାମଲା ରୁଜୁ କରିବା ସହ ୧୧୬ ଜଣଙ୍କୁ ଗିରଫ କରିଛି। ମାତ୍ର ଏହି ହିଂସା ଧୀରେ ଧୀରେ ଦିଲ୍ଲୀ ଆଡକୁ ଅଗ୍ରସର ହେଉଛି।

ଅନ୍ୟପଟେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ଦିଲ୍ଲୀରେ ବିକ୍ଷୋଭ ନେଇ ଯୋଜନା କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶୋଭାଯାତ୍ରା ବନ୍ଦ ନେଇ ରାୟ ଦେବାକୁ ବରିଷ୍ଠ ଓକିଲ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ସେପଟେ ଗୁରୁଗ୍ରାମ ପୁଲିସ ମଧ୍ୟ ଏନେଇ ଜନସାଧାରଣଙ୍କୁ ସତର୍କ କରାଇଛି।

Leave A Reply

Your email address will not be published.