ସାଧାରଣ ଲୋକଙ୍କ ପାଇଁ ଖୋଲିବ ଓଡିଶା ହାଇକୋର୍ଟ, ମାଗଣାରେ ବୁଲିବେ ସାଧାରଣ ଲୋକ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):ମାଗଣାରେ ହାଇକୋର୍ଟ ବୁଲିବେ ସାଧାରଣ ଲୋକ। ସାଧାରଣ ଲୋକଙ୍କ ପାଇଁ ଖୋଲିବ ଓଡିଶା ହାଇକୋର୍ଟ। ପୂର୍ବରୁ ହାଇକୋର୍ଟ ଭିତରକୁ ସାଧାରଣ ଜନତାଙ୍କ ପ୍ରବେଶ ଉପରେ ବାରଣ ରହି ଆସିଛି। ଏଥର କିନ୍ତୁ ପ୍ରତ୍ୟେକ ଶନିବାର ସରକାରୀ ଛୁଟି ଦିନ ବ୍ୟତୀତ ଲୋକମାନେ ହାଇକୋର୍ଟ ବୁଲି ପାରିବେ। ପ୍ରତ୍ୟେକ ଶନିବାରରେ ଦୁଇଟି ସିପଟରେ ଲୋକଙ୍କୁ ହାଇକୋର୍ଟରେ ବୁଲାଇବା ପାଇଁ ନିଷ୍ପତ୍ତି ନିଆଯାଇଛି।

ପ୍ରତି ସିପଟରେ ୪୦ ଜଣ ଲୋକ ଭିତରକୁ ଯାଇ ପାରିବେ। ସକାଳ ୧୦ ରୁ ସାଢ଼େ ୧୧ ପ୍ରଥମ ସିପଟ ଓ ସାଢ଼େ ୧୧ ରୁ ଦିନ ୧ ଟା ଯାଏ ଦ୍ୱିତୀୟ ସିପଟରେ ଲୋକମାନେ ଭିତରକୁ ଯିବେ। ଏଥିପାଇଁ ଆଜିଠାରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଯାଇଛି। ହାଇକୋର୍ଟ ପରିସରରେ ଥିବା ଭିଜିଟର ପାସ କାଉଣ୍ଟରରେ ଏଥିପାଇଁ ନିଜର ପରିଚୟ ପତ୍ର ଦେଖାଇ ରେଜିଷ୍ଟ୍ରେସନ କରି ହେବ। ରେଜିଷ୍ଟ୍ରେସନ ସମୟ ଓ ଭିତରକୁ ବୁଲିବାକୁ ଗଲା ବେଳେ ପରିଚୟ ପତ୍ରକୁ ବାଧ୍ୟତାମୂଳକ କରାଯାଇଛି।

Leave A Reply

Your email address will not be published.