ଓଡିଆ ନ୍ୟୁଜ (ବ୍ୟୁରୋ) : ଆଜି କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ବିଦେଶରୁ ଆମଦାନୀ ହେଉଥିବା କମ୍ପ୍ୟୁଟର, ଲାପଟପ୍ ଓ ଟାବଲେଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏନେଇ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।
ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ମୁତାବକ ଏହି ପ୍ରତିବନ୍ଧିତ ସାମଗ୍ରୀ ଆମଦାନୀ ପାଇଁ ବୈଦ୍ଧ ପଞ୍ଜିକରଣ କ୍ରମରେ ଅନୁମତି ଦିଆଯିବ । ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ବିଜ୍ଞପ୍ତି ମୁତାବକ ଏଚଏସଏନ୮୭୪୧ କ୍ରମରେ ଆମଦାନୀ ହେଉଥିବା ଲାପଟପ୍, ଟାବଲେଟ, ଅଲ୍ ଇନ୍ ୱାନ ପର୍ସନାଲ କମ୍ପ୍ୟୁଟର ଓ ଅଲ୍ଟ୍ରା ସ୍ମଲ ଫାର୍ମ ଫେକ୍ଟର କମ୍ପ୍ୟୁଟର ଏବଂ ସର୍ଭର ଆମଦାନୀ ଉପରେ ତକ୍ରାଳ ପ୍ରତିବନ୍ଧକ ଲଗାଯାଇଛି ।
ଏହି ପ୍ରତିବନ୍ଧିତ ସାମଗ୍ରୀର ଆମଦାନୀ ପାଇଁ ବୈଦ୍ଧ ପଞ୍ଜିକୃତ କ୍ରମରେ ଅନୁମତି ପ୍ରଦାନ କରାଯିବ । ଏଥିରେ ଇ-କମର୍ସ ପୋର୍ଟାଲ କିମ୍ବା କୁରିୟର ମାଧ୍ୟମରେ କିଣାଯାଉଥିବା କମ୍ପ୍ୟୁଟର ବି ସାମିଲ ରହିଛି। ବାଣିଜ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି କି, ଏସବୁ ପ୍ରତିବନ୍ଧିତ ସାମଗ୍ରୀର ଆମଦାନୀ ପାଇଁ ସର୍ତ୍ତ ସହ ଅନୁମତି ପ୍ରଦାନ କରାଯିବ । ଏହାସହ ଆମଦାନୀ ହୋଇଥିବା ସାମଗ୍ରୀକୁ କେବଳ ସର୍ତ୍ତ ମୁତାବକ ବ୍ୟବହାର କରାଯାଇପାରିବ । ଏହାକୁ ଅନ୍ୟ କାହାକୁ ବିକ୍ରି କରାଯାଇପାରିବ ନାହିଁ । ମେକ୍ ଇନ୍ ଇଣ୍ଡିଆକୁ ଆଗକୁ ବଢାଇବାକୁ ନିଆଯାଇଥିବା ଏହି ପଦକ୍ଷେପ ଏବେ ଉତ୍ପାଦନକାରୀଙ୍କ ସହ କିଛି ବିଦେଶୀ କମ୍ପାନୀ ଲାଭବାନ ହେବେ ।