ବଢୁଛି ହୀରାକୁଦ ଜଳସ୍ତର, ଖୋଲିଲା ଆଉ ୫ ଗେଟ୍

0

ଓଡିଆ ନ୍ୟୁଜ (ବ୍ୟୁରୋ) : ବଢିବାରେ ଲାଗିଛି ହୀରାକୁଦର ଜଳସ୍ତର । ଏଥିପାଇଁ ହୀରାକୁଦର ଆଉ ୫ଟି ଗେଟ୍ ଖୋଲିଛି। ବର୍ତ୍ତମାନ ୧୭ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ସକାଳ ୯ଟା ସୁଦ୍ଧା ଜଳସ୍ତର ୬୨୦ ଦଶମିକ ୫୮ ଫୁଟ୍ ରହିଥିଲା । ପ୍ରତି ସେକେଣ୍ଡରେ ୪ଲକ୍ଷ ୮୮ ହଜାର ୭୩୫ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨ଲକ୍ଷ ୨୩ ହଜାର ୬୨୦ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ସେହିପରି କଟକ ମୁଣ୍ଡଳୀରେ ଏବେ ପ୍ରତି ସେକେଣ୍ଡରେ ୩ଲକ୍ଷ ୭୮ ହଜାର ୫୨୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ସେହିପରି ବରମୁଳରେ ପ୍ରତି ସେକେଣ୍ଡରେ ୨ ଲକ୍ଷ ୬୨ ହଜାର କ୍ୟୁସେକ ଜଳ ନିଷ୍କାସନ କରାଯାଉଛି । ଜଳସେଚନ ନିମନ୍ତେ ୧, ୭୩୫ କ୍ୟୁସେକ୍ ପାଣି କେନାଲଗୁଡ଼ିକରେ ଛଡ଼ାଯାଇଛି ।

ସେଥିରୁ ବରଗଡ଼ କେନାଲରେ ୧୩୭୫ କ୍ୟୁସେକ୍, ଶାସନ କେନାଲରେ ୩୨୦ କ୍ୟୁସେକ୍ ଓ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୪୦ କ୍ୟୁସେକ୍ ପାଣି ଜଳଭଣ୍ଡାରରୁ ନିଷ୍କାସିତ ହେଉଛି । ଦୁଇ ଦିନ ତଳେ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଥିଲା । ବନ୍ୟା ସ୍ଥିତି ସୃଷ୍ଟି ହେବାରୁ ଛତିଶଗଡ଼ ନିଜର ବିଭିନ୍ନ ଜଳଭଣ୍ଡାରରୁ ପାଣି ଛାଡ଼ିଥିବା ବେଳେ ମହାନଦୀରେ ଥିବା ବ୍ୟାରେଜଗୁଡ଼ିକର ଗେଟ୍ ସବୁ ଖୋଲା କରିଦେଇଛି ।
ସୂଚନାଥାଉକି, ପ୍ରଥମେ ହୀରାକୁଦର ଦୁଇଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିଲା । ଜଳସ୍ତର ବୃଦ୍ଧି ପାଇବାରୁ ଗତକାଲି ଦୁଇଟି ପର୍ଯ୍ୟାୟରେ ୧୦ଟି ଗେଟ୍ ଖୋଲିଥିଲା ।

Leave A Reply

Your email address will not be published.