ଚନ୍ଦ୍ରଯାନ-୩କୁ ନେଇ ଆସିଲା ବଡ ଖବର, ଜାଣନ୍ତୁ କ’ଣ

0

ଓଡିଆ ନ୍ୟୁଜ ବ୍ୟୁରୋ : ଗୋଟିଏ ପରେ ଗୋଟିଏ ସଫଳତା ପାହାଚ ଚଢୁଛି ଚନ୍ଦ୍ରଯାନ-୩ । ଆଜି ଇସ୍ରୋକୁ ଆଉ ଏକ ସଫଳତା ମିଳିଛି। ଚନ୍ଦ୍ରର କକ୍ଷପଥରେ ଚନ୍ଦ୍ରଯାନ-୩ ପ୍ରବେଶ କରିବା ପରେ ଚନ୍ଦ୍ର ପୃଷ୍ଠର ନିକଟତର ହୋଇଛି। କକ୍ଷପଥ ଆଜି ୧୭୪ କିଲୋମିଟର ଡ ୧୪୩୭ କିଲୋମିଟରକୁ ହ୍ରାସ ପାଇଛି। ସେହିଭଳି ଅଗଷ୍ଟ ୧୪ରେ ଏହାକୁ ବଦଳା ଯାଇ ଏକ ହଜାର କିଲୋମିଟର ଅର୍ବିଟରେ ଛଡ଼ାଯିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ଚନ୍ଦ୍ରର ପ୍ରଥମ ଫଟୋ ଚନ୍ଦ୍ରଯାନ-୩ ପଠାଇଥିବା ସମ୍ନାକୁ ଆସିଥିଲା।

ଭାରତୀୟ ମହକାଶ ଗବେଷଣା ପ୍ରତିଷ୍ଠାନ ଟ୍ବିଟ୍‌ କରିଥିବା ଚନ୍ଦ୍ରମାର ପ୍ରଥମ ଫଟୋର ବାମପଟେ ସ୍ବର୍ଣ୍ଣିମ ରଙ୍ଗର ଚନ୍ଦ୍ରଯାନର ସୋଲାର ପ୍ୟାନେଲ ଦୃଶ୍ୟମାନ ହୋଇଥିଲା। ଚନ୍ଦ୍ରଯାନକୁ ୧୦ରୁ ୧୨ ହଜାର କିଲୋମିଟର ବିଶିଷ୍ଟ କକ୍ଷପଥରେ ପ୍ରବେଶ କରାଇବା କାର୍ୟ୍ୟ ସଫଳତାର ସହ ସଂପନ୍ନ ହୋଇଥିଲା। ଅଗଷ୍ଟ ୧୪ରେ ଏହାକୁ ବଦଳା ଯାଇ ଏକ ହଜାର କିଲୋମିଟର ଅର୍ବିଟରେ ଛଡ଼ାଯିବ। ସେହିପରି ପଞ୍ଚମ ଥର ଏହାକୁ ୧୦୦ କିଲୋମିଟର ଅର୍ବିଟକୁ ଅଣାଯିବ। ଅଗଷ୍ଟ ୨୩ ସନ୍ଧ୍ୟା ୫ଟା ୪୭ରେ ଚନ୍ଦ୍ରଯାନ-୩ ଜହ୍ନ ରାଇଜରେ ସଫ୍ଟ ଲ୍ୟାଣ୍ଡିଂ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.