ଅପରିବର୍ତ୍ତିତ ରହିଲା ରେପୋରେଟ୍, ବଢିବ ମୁଦ୍ରାସ୍ଫୀତି

0

ଓଡିଆ ନ୍ୟୁଜ (ବ୍ୟୁରୋ) : ଭ୍ରାତୀୟ ରିଜର୍ଭ ବ୍ୟାଙ୍କ୍‌ କ୍ରମାଗତ ୩ୟ ଥର ପାଇଁ ‘ରେପୋ ରେଟ୍‌’ ୬.୫%ରେ ଅପରିବର୍ତ୍ତିତ ରଖିଥିବା କଥା ଆଜି ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି। ସେ କହିଛନ୍ତି ଯେ, ‘ରେପୋ ରେଟ୍‌’ ଅପରିବର୍ତ୍ତିତ ରଖିବା ଲାଗି ୬ଜଣିଆ ସଦସ୍ୟ ବିଶିଷ୍ଟ ‘ମନିଟାରି ପଲିସି କମିଟି’ ସର୍ବସମ୍ମତକ୍ରମେ ନିଷ୍ପତ୍ତି ଗ୍ରହଣ କରିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଦ୍ରସ୍ଫୀତିକୁ ଅଭିବୃଦ୍ଧିର ନିର୍ଦ୍ଧାରିତ ଲକ୍ଷ୍ୟ ସହ ସମାନ୍ତରଳ କରିବା ଉପରେ ଧ୍ୟାନ ଦେଇ ‘ମନିଟାରି ପଲିସି’ର ୬ଜଣ ସଦ୍ୟଙ୍କ ମଧ୍ୟରୁ ୫ଜଣ ‘ରେପୋର ରେଟ୍‌’ ଅପରିବର୍ତ୍ତିତ ରଖାଯିବା ସପକ୍ଷରେ ମତ ଦେଇଥିଲେ। କିନ୍ତୁ, ଗତ କେତେ ମାସ ହେବ ମୁଦ୍ରାସ୍ଫୀତିର ଦ୍ରୁତ ବୃଦ୍ଧି ସଂକ୍ରାନ୍ତରେ ଚିନ୍ତା ବ୍ୟକ୍ତ କରି ଦାସ କହିଛନ୍ତି ଯେ, ଏଥିପ୍ରତି କଠୋରତା ବଜାୟ ରଖିବାକୁ କେନ୍ଦ୍ରୀୟ ବ୍ୟାଙ୍କ୍‌ ସଜାଗ ରହିଛି। ପନିପରିବା ଦର ବୃଦ୍ଧି ଯୋଗୁଁ ଜୁଲାଇ ଓ ଅଗଷ୍ଟ ମାସରେ ମୁଦ୍ରାସ୍ଫୀତି ହଠାତ୍‌ ବୃଦ୍ଧି ପାଇଛି। କିନ୍ତୁ, ଖୁବ୍‌ ଶୀଘ୍ର ପନିପରିବା ଦର ହ୍ରାସ ପାଇପାରେ। ‘ରେପୋ ରେଟ୍‌’ ଅପରିବର୍ତ୍ତିତ ରହିବା ଫଳରେ, ‘ଷ୍ଟାଣ୍ଡିଙ୍ଗ୍‌ ଡିପୋଜିଟ୍‌ ଫେସିଲିଟି’ ‘ଏସ୍‌ଡିଏଫ୍‌ ରେଟ୍‌’ ୬.୨୫% ଏବଂ ‘ମାର୍ଜିନାଲ୍‌ ଷ୍ଟାଣ୍ଡିଙ୍ଗ୍‌ ଫେସିଲିଟି’ ରେଟ୍‌ ଏବଂ ବ୍ୟାଙ୍କ୍‌ ରେଟ୍‌ ୬.୭୫% ରହିଛି। ସେହିପରି, ଋଣ ସୁଧହାର ମଧ୍ୟ ଅପରିବର୍ତ୍ତିତ ରହିପାରେ ବୋଲି ଆଶା କରାଯାଉଛି।

ଚଳିତ ଆର୍ଥିକ ବର୍ଷରେ ବଢିବ ମୁଦ୍ରାସ୍ଫୀତି । ଦରଦାମ ୫ ଦଶମିକ ୧ ପ୍ରତିଶତରୁ ୫ ଦଶମିକ ୪ ପ୍ରତିଶତ ବଢିବ ବୋଲି ଆକଳନ କରିଛି ଆରବିଆଇ । ତେବେ ମୁଦ୍ରସ୍ଫିତି ଗତ ମେ ମାସରେ ୪ ଦଶମିକ ୩ ପ୍ରତିଶତ ଥିବା ବେଳେ ଜୁନରେ ୪ ଦଶମିକ ୮ ପ୍ରତିଶତ ବୃଦ୍ଧି ପାଇଛି । ଅଗଷ୍ଟ ମାସରେ ଆହୁରୀ ଦରଦାମ ବଢିବା ନେଇ ଆକଳନ କରାଯାଇଛି । ଟମାଟୋ ଦର ବଢିବା ନେଇ ଆଇବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ଏହା ସ୍ୱଳ୍ପ ଅବଧି ବଢିଛି । ଆଗାମୀ ମାସରେ ଦର କମିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.