ମିଜୋରାମରେ ଅଘଟଣ; ନିର୍ମାଣଧୀନ ପୋଲ ଭାଙ୍ଗି ୧୭ ମୃତ

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଆଜି ମିଜୋରାମ୍‌ର ସାଇରଙ୍ଗ୍‌ ଅଞ୍ଚଳରେ ଏକ ଅଘଟଣ ଦେଖିବାକୁ ମିଳିଛି । ସକାଳ ପ୍ରାୟ ୧୦ଟା ବେଳେ ଗୋଟାଏ ନିର୍ମାଣାଧୀନ ରେଳ ପୋଲ ଭାଙ୍ଗିପଡ଼ିବାରୁ ୧୭ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି। ଘଟଣାସ୍ଥଳରେ ୩୫ରୁ ୪୦ ଜଣ ଶ୍ରମିକ କାମ କରୁଥିବା ଆହୁରି କିଛି ଶ୍ରମିକ ଭଗ୍ନସ୍ତୂପରେ ପୋତି ହୋଇ ପଡ଼ିଥିବା ଆଶଙ୍କା କରାଯାଉଛି। ଜଣେ ପୁଲିସ ଅଧିକାରୀ କହିଛନ୍ତି, ଏପର୍ୟ୍ୟନ୍ତ ଭଗ୍ନସ୍ତୂପ ମଧ୍ୟରୁ ୧୭ଜଣଙ୍କ ଶବ ଉଦ୍ଧାର କରାଯାଇଛି। ଆହୁରି ଅନେକ ଶ୍ରମିକ ନିଖୋଜ ହୋଇଯାଇଛନ୍ତି। ଉତ୍ତରପୂର୍ବ ସୀମାନ୍ତ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସବ୍ୟସାଚୀ ଦେ କହିଛନ୍ତି, ଘଟଣାସ୍ଥଳକୁ ତୁରନ୍ତ ରେଳବାଇ ଅଧିକାରୀମାନେ ଯାଇଛନ୍ତି ଏବଂ ବରିଷ୍ଠ ଅଧିକାରୀମାନେ ମଧ୍ୟ ସେଠାକୁ ଯିବେ।

ଏ ସଂକ୍ରାନ୍ତରେ ଖବର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିବା ସହିତ ଅଘଟଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ଓ ଆହତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ୫୦ ହଜାର ଲେଖାଏଁ ଟଙ୍କା ସହାୟତା ଘୋ‌ଷଣା କରିଛନ୍ତି। ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ମିଜୋରାମ ଅଘଟଣ ପାଇଁ ବ୍ୟଥିତ। ପ୍ରିୟଜନଙ୍କୁ ହରାଇଥିବା ‌ଲୋକାମନଙ୍କ ପ୍ରତି ସମବେଦନା ଜଣାଉଛି। ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛି। ଉଦ୍ଧାର କାର୍ୟ୍ୟ ଚାଲିଛି। ପ୍ରଭାବିତ ଲୋକମାନଙ୍କୁ ସମ୍ଭାବ୍ୟ ସମସ୍ତ ସାହାଯ୍ୟ ଯୋଗାଇ ଦିଆଯାଉଛି।

Leave A Reply

Your email address will not be published.