ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ, ଭୂସ୍ଖଳନରେ ୫ ମୃତ

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଦେବଭୂମିରେ ତାଣ୍ଡବ ରଚୁଛି ପ୍ରକୃତି । ଆଜି ହିମାଚଳ ପ୍ରଦେଶର ମାଣ୍ଡି ଜିଲ୍ଲାରେ ସରାଜରେ ବଡ଼ ଧରଣର ଭୂସ୍ଖଳନ । ୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ନିଖୋଜ ଅଛନ୍ତି । ମୃତକଙ୍କ ମଧ୍ୟରେ ଦମ୍ପତି ରହିଛନ୍ତି । ସେମାନେ ଘରେ ରହିଥିବାବେଳେ ହଠାତ ଭୂସ୍ଖଳନ ହୋଇଥିଲା । ଏମାନେ ଝାରଖଣ୍ଡରୁ ଆସି ଏଠାରେ ଶ୍ରମିକଭାବେ କାମ କରୁଥିଲ। ପାଣିପାଗ ବିଭାଗର ଶିମଲା ସେଣ୍ଟର ଅନୁଯାୟୀ, ହିମାଚଳ ପ୍ରଦେଶର ସିରମୁର, ସୋଲାନ, ଶିମଲା ବିଳାସପୁର, ମାଣ୍ଡି, ହମିରପୁର ଏବଂ କାଙ୍ଗ୍ରା ଠାରେ ବୁଧବାର ରେଡ ଆଲର୍ଟ ଜାରି କରାଯାଇଛି।

ସେହିଭଳି ଗୁରୁବାର ରାଜ୍ୟର ୭ଟି ଜିଲ୍ଲାରେ ଅରେଞ୍ଜ ଆଲର୍ଟ ହେବ। ଗତ ୧୨ ଘଣ୍ଟା ମଧ୍ୟରେ ବିଳାସପୁରରେ ସର୍ବାଧିକ ୨୧୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହା ପରେ ଶିମଲାରେ ୧୩୨ ମିଲିମିଟର ବର୍ଷା ଦେଖିବାକୁ ମିଳିଛି। ଶିମଲାରେ ସକାଳ ୧ ଘଣ୍ଟା ମଧ୍ୟରେ ୬୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ପାହାଡି ରାଜ୍ୟ କୁହାଯାଉଥିବା ହିମାଚଳ ପ୍ରଦେଶରେ ପ୍ରାକୃତିକ ବିପର୍ୟ୍ୟୟ ଜାରି ରହିଛି।
କିଛିଦିନ ତଳେ ଭୟଙ୍କର ଭୂସ୍ଖଳନ ଓ ପ୍ରବଳ ବର୍ଷା କାରଣରୁ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଏବେ ବି କିଛି ଲୋକ ନିଖୋଜ ରହିଛନ୍ତି ।

Leave A Reply

Your email address will not be published.