ଫେବୃଆରୀ ୧୪ରୁ ୧୮ ତାରିଖ ମଧ୍ୟରେ ‘ଆର୍ଥିକ ସାକ୍ଷରତା ସପ୍ତାହ’ ପାଳନ କରାଯିବ ।

0

ଦେଶର ନାଗରିକମାନଙ୍କ ମଧ୍ୟରେ ଆଥିର୍କ ସଚେତନତା ସୃଷ୍ଟି କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ପକ୍ଷରୁ ଫେବୃଆରୀ ୧୪ରୁ ୧୮ ତାରିଖ ମଧ୍ୟରେ ‘ଆର୍ଥିକ ସାକ୍ଷରତା ସପ୍ତାହ’ ପାଳନ କରାଯିବ ।

ଚଳିତ ବର୍ଷ ଏହି ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମର ଥୀମ୍ ହେଲା ‘ଗୋ ଡିଜିଟାଲ ଗୋ ସିକ୍ୟୋର’ । ଆରବିଆଇର ଏକ ବିଜ୍ଞପ୍ତି ଅନୁଯାୟୀ ଡିଜିଟାଲ କାରବାରରେ ସୁବିଧା, ଡିଜିଟାଲ କାରବାରର ସୁରକ୍ଷା ଓ ଗ୍ରାହକମାନଙ୍କ ସୁରକ୍ଷା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ । ଆରବିଆଇ ପକ୍ଷରୁ ଏହି ଆର୍ଥିକ ସଚତନତାମୂଳକ କାର୍ଯ୍ୟକ୍ରମ ୨୦୧୬ ମସିହାରୁ ଆରମ୍ଭ କରାଯାଇଛି ।

Leave A Reply

Your email address will not be published.