ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର

0

ଓଡ଼ିଆ ନ୍ୟୁଜ, କଟକ : ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମ ଦିନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଟାଙ୍ଗୀ ଚୌଦ୍ବାର ବ୍ଲକ ଅନ୍ତର୍ଗତ କଖଡ଼ି ଗ୍ରାମପଞ୍ଚାୟତ ଠାରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆଠଗଡ଼ ଆନୁକୁଲ୍ୟରେ କଖଡି ମହାବିଦ୍ୟାଳୟ ପରିସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୮ ତମ ଜନ୍ମ ଦିବସ ଉପଲକ୍ଷେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଯାଇଅଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଯୋଗ ଦେଇଥିବା ବେଳେ ।ରକ୍ତଦାନ ଏକ ମହତ୍ ଦାନ ସହିତ ବିଜ୍ଞାନ ଯୁଗରେ ସବୁ ସମ୍ଭବ ହୋଇପାରୁଥିବା ବେଳେ ରକ୍ତ ଏକ ଏଭଳି ପଦାଥ ଯେଉଁଠି କେବଳ ନିଜର ପ୍ରତିଦାନ ଦ୍ଵାରା ସମ୍ଭବ ହୋଇ ପାରିଥାଏ ତେଣୁ ଯୁବପିଢ଼ି ଏଭଳି କାର୍ଯ୍ୟକ୍ରମକୁ ଆଗକୁ ନେବା ସହିତ ଆଗାମୀ ଦିନ ମାନଙ୍କରେ ଏଭଳି କାର୍ଯ୍ୟକ୍ରମ ହେବା ନିତ୍ୟାନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମକୁ କଖଡି ଗ୍ରାମର ବାବା ବାଞ୍ଚେଶ୍ୱର୍ ସେବା ସଂଗଠନ, ପ୍ରିନ୍ସ କ୍ଲବ୍, ସର୍ବ ମଙ୍ଗଳା ଯୁବ ସଙ୍ଘ,ସହିତ କଖଡ଼ି ମହାବିଦ୍ୟାଳୟ ଅନେକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ସେଚାକୃତ ବାଭେ ରକ୍ତ ଦାନ କରିଥିଲେ।

ପାଖାପାଖି ୧୫୦ୟୁନିଟ ରକ୍ତ ସଂଗୃହୀତ ହୋଇଛି।ସ୍ଥାନୀୟ ସରପଂଚ କଳ୍ପନା ଛତାର ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ସମ୍ପାଦନା ହୋଇ ଥିବା ବେଳେ ସ୍ୱେଛାକୃତ ଭାବେ ରକ୍ତଦାନ କରିଥିବାରୁ ସମସ୍ତ ସହୃଦୟ ବ୍ୟକ୍ତି , ଛାତ୍ର ଛାତ୍ରୀ ସମେତ ଗ୍ରାମବାସୀ ଓ କଲେଜ କର୍ତୃପକ୍ଷଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ପ୍ରଦାନ କରିଥିଲେ । ଶେଷରେ ମୁଖ୍ୟମନ୍ତ୍ରଙ୍କ ଦ୍ରିଘାୟୁ କାମନା ଲାଗି ସମୂହ ଦୀପ ଦାନ କରାଯାଇଥିଲା।

Leave A Reply

Your email address will not be published.