ଭାଇରାଲ ଜରରେ ଅନ୍ୱେଷା ହଷ୍ଟେଲର ୨୫ ଜଣ ଛାତ୍ରୀ ମେଡିକାଲରେ ଭର୍ତ୍ତି

0

ଓଡ଼ିଆ ନ୍ୟୁଜ,କେନ୍ଦୁଝର :ଅନ୍ୱେଷା ହଷ୍ଟେଲ ରେ ୨୫ରୁ ଉର୍ଦ୍ଧ ଛାତ୍ରୀ ଚିକିତ୍ସାଳୟରେ ଭର୍ତ୍ତି ଅଛନ୍ତି । ଭର୍ତି ହେବ ନେଇ କାରଣ ଅସ୍ପଷ୍ଟ ରହିଛି । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଅନ୍ୱେଷା ହଷ୍ଟେଲରେ ଥିବା ୨୫ ରୁ ଉର୍ଦ୍ଧ ଛାତ୍ରୀ ଭର୍ତି ହୋଇଛନ୍ତି।

ସେଥି ମଧ୍ୟରୁ ୧୭ ଜଣ ଗୁରୁତର ଥିବା ବେଳେ ୭ ରୁ ଉର୍ଦ୍ଧ ଛାତ୍ରୀ ସାମୟିକ ଚିକିତ୍ସା ପରେ ହଷ୍ଟେଲକୁ ପଠେଇ ଦିଆ ଯାଇଛି। ପ୍ରକାଶ ଯେ କେନ୍ଦୁଝର ସଦର ବ୍ଲକ ବେଳଦା ସ୍ଥିତ ଅନ୍ୱେଷା ହଷ୍ଟେଲରେ ୪୬୮ ଜଣ ଛାତ୍ରଛାତ୍ରୀ ରହି ପାଠ ପଢ଼ୁଛନ୍ତି। ଏଥି ମଧ୍ୟରୁ ୧୮୫ ଜଣ ଛାତ୍ରଛାତ୍ରୀ ପଳାଶପଙ୍ଗା ସ୍ଥିତ ଗ୍ରୀନଫିଲ୍ଡ ବିଦ୍ୟାଳୟରେ ଅଧ୍ୟୟନ କରନ୍ତି। ଆଜି ସକାଳୁ ସମସ୍ତ ଛାତ୍ରଛାତ୍ରୀ ଭାତ ଡାଲମା ଖାଇ ଟିଫିନ୍ ନେଇ ଗ୍ରୀନଫିଲ୍ଡ ବିଦ୍ୟାଳୟ ଯାଇଥିଲେ।

୧୮୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧୩ କେବଳ ଛାତ୍ରୀ ଥିବାବେଳେ ସେଥିମଧ୍ୟରୁ ୨୫ ରୁ ଉର୍ଦ୍ଧ ଛାତ୍ରୀ ମୁଣ୍ଡବ୍ୟଥା, ପେଟ କାମୁଡ଼ାବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସାରୁ ଭାଈରାଲ ଜର ବୋଲି ଡାକ୍ତର କହୁଥିବା ବେଳେ ୨୫ ରୁ ଉର୍ଦ୍ଧ ଛାତ୍ରୀ ଭର୍ତି ହେବା ନେଇ କାରଣ ଅସ୍ପଷ୍ଟ ରହିଛି। ମେଡ଼ିକାଲ ଟିମ୍ ଅନ୍ୱେଷା ହଷ୍ଟେଲ ଯାଇ ଚିକିତ୍ସା କରିବାକୁ ଦାବି ହୋଇଛି।

Leave A Reply

Your email address will not be published.