ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଜୀବନ ବହୁତ ମୂଲ୍ୟବାନ।ହେଲେ ଆଜିର ଦିନରେ ଅମାନିଆ ଯୁବ ସମାଜ ଗାଡ଼ି ଚାଳକ ମାନେ ବିନା ହେଲମେଟରେ ବେପରୱା ଭାବରେ ନିଶା ପାଣି ପିଇ ଗାଡ଼ି ଚଳାଇ ଦୁର୍ଘଟଣାର ଶିକାର ହେଉଛନ୍ତି ଆଉ ଯେଉଁଥିପାଇଁ ଅକାଳରେ ଝଡି ଯାଉଛି ଶହ ଶହ ମୂଲ୍ୟବାନ ଜୀବନ। ଏପଟେ ଦିନକୁ ଦିନ ଗଛ ଲଗାଇବା ପରିବର୍ତ୍ତେ ଗଛ କାଟିବାରେ ବ୍ୟସ୍ତ ଆଧୁନିକ ଯୁଗର ଅମାନିଆ ମଣିଷ ଯାହା ଫଳରେ ଗ୍ଲୋବାଲ ୱାର୍ମିଂ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଏଭଳି ପରିସ୍ଥିତିରେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଅଧିନ ଷୋଳମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ଛାତ୍ରୀ ଓ ଗୁରୁମା ଗୁରୁଜୀ ମାନେ ଏକ ନିଆରା ସଚେତନତା କାର୍ଯ୍ୟକ୍ରମ କରିଛନ୍ତି।
ହଁ ଆଜ୍ଞା ଷୋଳମପୁର ସରସ୍ଵତୀ ଶିଶୁ ମନ୍ଦିର ପକ୍ଷରୁ ଆୟୋଜିତ ହୋଇଯାଇଛି ସଡ଼କ ସୁରକ୍ଷା ସଚେତନତା ଶିବିର ଓ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ।ବିଦ୍ୟାଳୟର ସମ୍ପାଦକ ବିଶ୍ବମ୍ବର ରାଉତ ସଂଯୋଜନାରେ ଆୟୋଜିତ ଏହି ନିଆରା କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ପ୍ରଣୀତ କାନ୍ତି ସାମଲ,ଜିଲ୍ଲା ପରିଷଦ ସଦସ୍ୟ ଉତ୍କଳ କେଶରୀ ମହାନ୍ତି, ଲକ୍ଷ୍ମୀଧର ସାହୁ ଅଧ୍ୟାପକ ଅନାଦି ଚରଣ ସାହୁ,ପ୍ରକୃତିବନ୍ଧୁ ନାରାୟଣ ଦାଶ ସମେତ ଛାତ୍ରଛାତ୍ରୀ ଗୁରୁମା ଗୁରୁଜୀ ମାନେ ଯୋଗଦେଇ ରାସ୍ତାରେ ବିନା ହେଲମେଟ ଯାଉଥିବା ବାଇକ୍ ଆରୋହୀ ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ନୂତନ ହେଲମେଟ ପ୍ରଦାନ କରାଯାଇଥିବା ବେଳେ ଗୋଲାପ ଫୁଲ ଓ ସଚେତନତା ବାର୍ତ୍ତା ପତ୍ର ପ୍ରଦାନ କରାଯାଇ ସଚେତନତା କରାଯାଇଥିଲା।
ଏଥି ସହିତ ବିଦ୍ୟାଳୟ ପକ୍ଷରୁ ରାସ୍ତାରେ ଦୁଇ ପାର୍ଶ୍ୱରେ ବ୍ୟାପକ ବୃକ୍ଷରୋପଣ କରାଯାଇ ପରିବେଶ ସୁରକ୍ଷା ସଚେତନତା କରାଯାଇଥିଲେ।ଦେଶୀ ଆମ୍ବ, ବର, ଅଶ୍ଵତ୍ଥ, ଜାମୂ, ନିମ୍ୱ, ବଉଳ,ରାଧା ଚୁଡ଼ା,କୃଷ୍ଣ ଚୁଡ଼ା ଭଳି ଶତାଧିକ ବୃକ୍ଷ ରୋପଣ କରାଯାଇଥିଲା।ଏହି ଅବସରରେ ବ୍ଲକ ଉପାଧ୍ୟକ୍ଷ ଓ ଜିଲ୍ଲା ପରିଷଦ ବିଦ୍ୟାଳୟର ନୂତନ ଗୃହର ଶିଳାନ୍ୟାସ କରିଥିଲେ।ଏଭଳି ନିଆରା କାର୍ଯ୍ୟକ୍ରମରେ ଅନେକ ବିଶିଷ୍ଟ ସମାଜସେବୀ ଅତିଥି ମାନେ ଯୋଗଦେଇଥିଲେ।କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଅଚର୍ଯ୍ୟା ସମେତ ଗୁରୁମା ଗୁରୁଜୀ ପରିଚାଳନା କରିଥିଲେ।