କରଞ୍ଜିଆରେ ହାତୀ ଆକ୍ରମଣରେ ଯୁବକ ଗୁରୁତର

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ କୁ ବର୍ଷ ତମାମ ହାତୀଙ୍କ ଯିବା ଆସିବା କରୁଥିବାବେଳେ ହାତୀ ମଣିଷ ଭିତରେ ସଂଘର୍ଷ ଜାରିରହିଛି । ଏହି ସଂଘର୍ଷ ଭିତରେ କେତେ ବେଳେ ହାତୀ ହାରି ଯାଉଛି ତ କେତେବେଳେ ମଣିଷ। ଜଙ୍ଗଲ ନଷ୍ଟ ହେବା ଫଳରେ ଖାଦ୍ୟର ଅନୁସନ୍ଧାନ ପାଇଁ ଏବେ ବିଭିନ୍ନ ଜୀବଜନ୍ତୁ ଗାଁ ମୁଁହା ହେବାରେ ଲାଗିଛନ୍ତି | କିଛିଦିନ ହେବ କରଞ୍ଜିଆର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି |

ତେବେ ଏହି ତେଇଶ ଟିକିଆ ହାତୀ ପୋଲ କରଞ୍ଜିଆ ବ୍ଲକର | କିଛି ଦିନ ହେବ ୧୮ ଟିକିଆ ହାତୀପଲ ଯୋଗୁଁ ଶୁକୃଲି, କରଞ୍ଜିଆ , ରରୁଆଁ ଏବଂ ଯଶିପୁର ବ୍ଲକର ୧୦୦ ରୁ ଉର୍ଦ୍ଧ୍ବ ଗାଁ ରେ ଆତଙ୍କ ଲାଗିରହିଛି । ଲୋକ ମାନେ ରାତିରେ ଆଉ ଶୋଉନାହାନ୍ତି ହାତୀ କୁ ରାତିସାରା ଯୋଗିବସୁଛନ୍ତି ବାରମ୍ବାର ହାତୀ ଉପଦ୍ରବ କରୁଥିବାରୁ ଲୋକମାନେ ଅତିଷ୍ଠ ହୋଇଗଲେଣି | । ତେବେ ଏହି ଅଞ୍ଚଳ ରେ ଲଗାତାର କିଛି ବର୍ଷ ହେଲାଣି ହାତୀପଲ ଘର ଭାଙ୍ଗୁଥିବା ସହିତ ହାତୀ ଆକ୍ରମଣ ରେ ଚାଲିଯାଉଛି ଜୀବନ ତେବେ ପୁଣି ଏମିତି ଏକ ଘଟଣା ଘଟିଛି କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ସିଙ୍ଗଡ଼ା ସେକସନର ପୋଖରୀଆ ଗ୍ରାମର ଦାସ ସାହିରେ ଆଜି ସକାଳୁ ଜଣେ ଯୁବକ କୁ ଏକ ବଣୁଆ ଦନ୍ତା ହାତୀ ଆକ୍ରମଣ କରିଥିଲା ଯାହା ଫଳରେ ଯୁବକ ଜଣଙ୍କ ଆହତ ହୋଇଥିବା ଜଣା ପଡିଛି |

ସୂଚନା କି ଉକ୍ତ ଯୁବକ ସଖାଳ ପ୍ରାୟ ୬ ଘଟିକା ସମୟରେ ନିକଟସ୍ଥ ପୋଖରୀ କୁ ସ୍ଵଛ ହେବା ପାଇ ଯାଇଥିବା ସମୟରେ ହଟାତ ଏକ ଦନ୍ତା ହାତୀ ହାବୁଡ଼ରେ ପଡି ଯାଇଥିଲେ କିଛି କରିବା ଆଗରୁ ଦନ୍ତା ହାତୀ ଟି ଯୁବକଙ୍କୁ ଆକ୍ରମଣ କରିଥିଲା ତେବେ କିଛି ସ୍ଥାନୀୟ ଲୋକ ଦେଖିବା ପରେ ବନ ବିଭାଗ କୁ ଜଣେଇଥିଲେ ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ଯୁବକୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ପଠେଇଥିଲେ | ଯୁବକ ଜଣଙ୍କ ହୋଉଛନ୍ତି ଦାସ ସାହିର ସୁଶାନ୍ତ ହେମ୍ବ୍ରମ ବଲି ଜଣା ପଡିଛି |

Leave A Reply

Your email address will not be published.