ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ବ୍ଲକ ସ୍ତରୀୟ ଆଦିବାସୀ କ୍ରୀଡା ଉତ୍ସବ ଉଦଘାଟନ | ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରବ୍ଲକ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁରୁ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଆଜି ବ୍ଲକ ସ୍ତରୀୟ ଆଦିବାସୀ କ୍ରୀଡା ଉତ୍ସବ ୨୦୨୩-୨୪ ଉଦଘାଟନ କରାଯାଇଛି ।ଏହି ଉଦଘାଟନ ଉତ୍ସବରେ ମାନ୍ୟବର ବିଷମକଟକ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ ।
ଉକ୍ତ ବ୍ଲକର ୧୪ଟି ପଞ୍ଚାୟତର ପ୍ରାୟ ୩୦୦ ଜଣ ଆଦିବାସୀ ମହିଳା ଓ ପୁରୁଷ ମାନଙ୍କୁନେଇ କ୍ରୀଡା ପ୍ରତିଯୋଗୀତା କରାଯାଉଛି । ଉଦଘାଟନ ଉତ୍ସବ ରେ ମହିଳାମାନଙ୍କୁ ନେଇ ଖୋ କ ଓ ବେଡ଼ ବିଟନ ପ୍ରତିଯୋଗିତା କରାଯାଇଥିବା ବେଳେ ପୁରୁଷ ମାନଙ୍କୁନେଇ ଭଲି ବୋଲ ପ୍ରତିଯୋଗିତା କରାଯାଇଛି ।କାଲି ଉଦଯାପିତ ରେ ପୁରୁଷଙ୍କୁ ନେଇ କ୍ରିକେଟ ପ୍ରତିଯୋଗିତା କରାଯିବ ବୋଲି ଜଣାପଡିଛି । ମହିଳା ପୁରୁଷ ମାନଙ୍କୁ ନେଇ ଦୁଇ ଦିନ ରେ ମୋଟ ୪ ପ୍ରକାର କ୍ରୀଡା ପ୍ରତିଯୋଗିତା କରାଯାଇଛି ।ଏଥିରେ ପ୍ରଥମ ସ୍ଥାନକୃତିତ୍ୱ ମହିଳା ପୁରୁଷମାନଙ୍କୁ ହେବାକୁ ଥିବା ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଭାଗ ନେବେ ବୋଲି ଜଣାପଡିଛି ।
ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର କୁମାର ଦାସ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୟା ମାଝୀ , ଜିଲାପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ ,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ବନମାଳୀ କାଡ୍ରାକା , ସମିତି ଅଧ୍ୟକ୍ଷା ଅମ୍ବିକା କାଡାରାକା, ଜିଲାପରିଷଦ କ ଜୋନ ର ସଭ୍ୟ ଭି ୱାରା ପ୍ରସାଦ ରାଓ , ଖ ଜୋନ ର ଭୂମି ଗୌରୀ ଦେବୀ ,କନ୍ଧକୂଳ ସମାଜର ଉପ ସଭାପତି ଶଙ୍କର ହୁଈକା , ସୁନାଖଣ୍ଡି ସରପଞ୍ଚ ସଞ୍ଜୟ ନିଶିକା ,ତହସିଲଦାର ରଞ୍ଜନ କୁମାର ମାନସେଠ ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜୀବ କୁମାର ଦାସ,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରି ପ୍ରମୁଖ ଅତିଥି ଭାବେ ଉପସ୍ଥିତରହିଥିଲେ ।ବିଡ଼ିଓ ରାଜୀବ ଦାସ ସଭାପତିତ୍ୱ କରିଥିଲେ । ଅତିଥିମାନେ କ୍ରୀଡା ଉତ୍ସବକୁ ଉଦଘାଟନ କରିଥିଲେ ।କ୍ରୀଡ଼ା ପ୍ରେମୀ ମାନଙ୍କ ମଧ୍ୟରେ ଶପଥ ପାଠ କରିଥିଲେ କଲ୍ୟାଣସିଂହପୁର ରୁ ବିଶ୍ୱନାଥ ମାଣ୍ଡିକା ଯୁବ ଶକ୍ତି ନ୍ୟୁଜ