ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ଦ୍ବିତୀୟ ଦିନ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  3 ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ଦ୍ବିତୀୟ ଦିନ । ଆଜି (ମଙ୍ଗଳବାର) ରାଇରଙ୍ଗପୁର ଓ ସମ୍ବଲପୁରରେ ରାଷ୍ଟ୍ରପତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ସମୟ 8ଟା 15ରୁ 9ଟା 15 ମିନିଟ ମଧ୍ୟରେ ରାଷ୍ଟ୍ରପତି ତାଙ୍କ ଶାଶୂଘର ପାହାଡପୁର ଗସ୍ତ କରିବେ । ସେଠାରେ ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟ ପରିସରରେ ସ୍ବାମୀ ଓ ଦୁଇ ପୁଅଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ।

ଏହାପରେ ସେଠାରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବେ । ପରେ ସେଠାରେ ନିର୍ମିତ ସ୍କିଲ ଟ୍ରେନିଂ ସେଣ୍ଟରକୁ ଉଦଘାଟନ କରିବେ ।ପରେ ସ୍କୁଲ ପରିସରକୁ ଯାଇ ଦିବଙ୍ଗତ ସ୍ୱାମୀ ଓ ୨ ପୁତ୍ରଙ୍କ ପ୍ରତିମୂର୍ତି ରେ ମାଲ୍ୟାର୍ପଣ କରିବେ। ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ସେଠାରୁ ସେ ବାଦାମପାହାଡ ରେଳ ଷ୍ଟେସନକୁ ଯାଇ ପ୍ରଥମେ ଭର୍ଚୁଆଲ ମୋଡ୍‌ରେ ରାଇରଙ୍ଗପୁର ଡିଭିଜନାଲ ପୋଷ୍ଟଅଫିସ ର ଉଦଘାଟନ କରିବେ । ସେଠାରେ ତିନୋଟି ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ । ବାଦାମପାହାଡ ରେଳ ଷ୍ଟେସନ ନବୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସହିତ ବାଦାମପାହାଡରୁ ରାଇରଙ୍ଗପୁର ଟ୍ରେନ ଯାତ୍ରା କରିବେ ।

ରାଇରଙ୍ଗପୁର ପୋଷ୍ଟ ଅଫିସରେ ଡାକ ବିଭାଗର ଏକ ସ୍ବତନ୍ତ୍ର ଲଫାପା ଉଦଘାଟନ କରିବା ପରେ ସମ୍ବଲପୁର ଅଭିମୁଖେ ଯାତ୍ରା କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶା ଗସ୍ତର ଦ୍ବିତୀୟ ଦିନରେ ରାଇରଙ୍ଗପୁର କାର୍ଯ୍ୟକ୍ରମ ପରେ ସମ୍ବଲପୁର ଗସ୍ତ କରିବେ ରାଷ୍ଟ୍ରପତି । ମାଆ ସମଲେଇଙ୍କ ଦର୍ଶନ ସହ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବ ବିଦ୍ୟାଳୟ (ଭିସୁଟ)ର 15ତମ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ରାଷ୍ଟ୍ରପତିଙ୍କ ସ୍ବାଗତ ଲାଗି ପ୍ରସ୍ତୁତ ରହିଛି ଭିସୁଟ । ଏହି ସମାବର୍ତ୍ତନ ଉତ୍ସବରେ ସ୍ବର୍ଣ୍ଣପଦକ ପାଇଁ 37 ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି ।

Leave A Reply

Your email address will not be published.