ମୃତ ଦେହ ଉଦ୍ଧାର

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଗତ ତିନିଦିନ ତଳେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ର ବାବୁରାମପାଟଣା ଗୋବରୀ ନଦୀ ରେ ବୁଡି ନାବାଳିକା ନେତ ସାହୁ ନିଖୋଜ ଘଟଣା ସମଗ୍ର ଡେରାବିଶ ରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା |

ଗତକାଲି କେନ୍ଦ୍ରାପଡ଼ା ର ରଣପଡା ହଜାରୀ ବଗିଚା ସ୍ମଶାନ ରୁ ସଂଜ୍ଞାହୀନ ମୃତ ଦେହ ଭାସୁଥିବାର ଦେଖି ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର ହୋଇଛି | ତିନି ଦିନ ତଳେ ଏଗାର ବର୍ଷୀୟ ନେତ ସାହୁ ତାଙ୍କ ସାଙ୍ଗ ଶୁଭଲକ୍ଷ୍ମୀ ସାହୁ ଙ୍କ ଗୋବରୀ ନଦୀ କୁ ଗାଧେଇବାକୁ ଯାଇଥିବା ବେଳେ ଗୋଡ଼ ଖସି ଯିବାରୁ ନଦୀ ରେ ଦୁଇ ସାଙ୍ଗ ଭାସିଯାଉଥିବା ବେଳେ ଶୁଭଲକ୍ଷ୍ମୀ ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ | କିନ୍ତୁ ନେତ ସାହୁ ଙ୍କ କୌଣସି ପତା ମିଳିନଥିଲା |

ଡେରାବିଶ ଓ କେନ୍ଦ୍ରାପଡ଼ା ରୁ ଦୁଇଟି ଅଗ୍ନିଶମ ବାହିନୀ ଆସି ଖୋଜାଖୋଜି କରିଥିଲେ ବି ନେତ ଙ୍କୁ ପାଇନଥିଲେ | ଗତକାଲି ସକାଳୁ ନାବାଳିକା ନେତ ସାହୁ ଙ୍କ ମୃତ ଦେହ ରଣପଡା ଗୋବରୀ ନଦୀ ତୁଠ ରେ ଭାଷୁ ଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ କୁ ଖବର ଦେଇଥିଲେ | ଅଗ୍ନିଶମ ବିଭାଗ ମୃତ ଦେହ ଉଦ୍ଧାର କରି ବ୍ୟବଛେଦ ପାଁଇ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ପଠାଇଥିବା ସୂଚନା ମିଳିଛି |

Leave A Reply

Your email address will not be published.