ଓଡ଼ିଆ ନ୍ୟୁଜ (ବ୍ୟୁରୋ): ପୋଲିସ ଦ୍ୱାରା ୩୩୮ଗ୍ରାମ ବ୍ରାଉନ ସୁଗାର ଜବତ ଜଣେ ବ୍ରାଉନ ସୁଗାର ମାଫିଆ ଗିରଫ | ଜବତ ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ୩୪ଲକ୍ଷ ଟଙ୍କା ହେବ | ପୋଲିସ ବ୍ରାଉନ ସୁଗାର ମାଫିଆଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରୀ ରଖିଛି | ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଂଚଳ ବ୍ରାଉନ ସୁଗାର କାରବାର ହବ ପାଲଟିଛି | ଯାହାକି ଜଳେଶ୍ୱର ପୋଲିସର ମୁଣ୍ଡବିନ୍ଧାର କାରଣ ସାଜିଛି |
ଗତ କାଲି ଜଳେଶ୍ୱର ଥାନା ଶାସନବାଡ ଅଂଚଳରେ ସେକ ଆସିରୁଦ୍ଦିନ ଔରଫ ପୁଷୁ ନାମକ ବ୍ରାଉନ ସୁଗାର ମାଫିଆ ତାର ବେପାର ଚଳାଇଥିଲା ବେଳେ ଜଳେଶ୍ୱର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଶାସନବାଡ ଅଂଚଳରେ ଚଢ଼ାଉ କରି ସେକ ଆସିରୁଦ୍ଦିନକୁ ଗିରଫ କରିବା ସହ ତାଙ୍କ ନିକଟରୁ ୩୩୮ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ନଗଦ ୧୧.୭୦୦ ଟଙ୍କା ,୫ଟି ବ୍ୟାଙ୍କ ପାସ ବୁକ ,୩ଟି ମୋବାଇଲ ଫୋନ ୪ଟି ATM କାର୍ଡ , ୪ଟି RC ସ୍ମାର୍ଟ କାର୍ଡ ଜବତ କରିଛି ପୋଲିସ | ଉକ୍ତ ବ୍ରାଉନସୁଗାର ମାଫିଆ ଜଣକ ବାଲେଶ୍ୱର ଜିଲ୍ଲାରେ ନିଜର ବେପାର ଜାରି ରଖିବା ସହ ରାଜ୍ୟର ବିଭିନ୍ନ ଅଂଚଳରେ ତାର ବେପାର ଜାରି ରଖିଥିଲା |
ପୂର୍ବରୁ ଗିରଫ ସେକ ଆସିରୁର୍ଦ୍ଦିନ ନାମରେ ଜଳେଶ୍ୱର ଓ କମର୍ଦା ଥାନାରେ ୬ଟି ମାମଲା ରହିଛି | ଉକ୍ତ ବ୍ରାଉନସୁଗାର ମାଫିଆ ସହିତ ପୂର୍ବରୁ ଜଳେଶ୍ୱର ଥାନା ଆଇଆଇସି ଧନେଶ୍ୱର ସାହୁ ସହିତ ବ୍ରାଉନ କାରବାରର ପାଇଁ ଡିଲ ବେଳେର ଅଡିଓ ଭାଇରାଲ କରିଥିଲେ | ପୋଲିସ ଉକ୍ତ ବ୍ରାଉନ ସୁଗାର ମାଫିଆଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଜଳେଶ୍ୱର SDPO ଦିଲ୍ଲୀପ ସାହୁ |