କୁମ୍ଭୀର ନେଇଥିବା ବିକ୍ରାନ୍ତକୁ ମିଳିଲା କଟକରେ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବ୍ରାହ୍ମଣୀ ନଦୀରେ କୁମ୍ଭୀର ନେଇଥିବା ବିକ୍ରାନ୍ତ କୁ କଟକ ରୁ ଉଦ୍ଧାର କଲେ ଗାଁ ଯୁବକ | ମୋର ଗ୍ରହ ଭଲ ନାହିଁ ମୋର ମୁଣ୍ଡ କାମ କରୁନି ମୁଁ ମୋର କର୍ମକ୍ଷେତ୍ର ଲୁଧିଆନା ରୁ ଘରକୁ ପଳାଇ ଆସିଲି | ପଣ୍ଡିତେ ମୋତେ କହିଥିଲେ ସୂର୍ଯ୍ୟ ଉଦୟ ପୂର୍ବରୁ ନଦୀରେ ବୁଡ଼ ପକାଇ ଢାଳ ରେ ଢାଳେ ପାଣି ଆଣି ଓସ୍ତ ଗଛ ମୂଳରେ ଦେବାପାଇଁ | ହେଲେ ସେଦିନ କଣ ହେଲା ମୋର ମୁଁ କିଛି ଜାଣିନି ମୋର କିଛି ମନେ ପଡୁନି | ମୁଁ ଗତ ଶନିବାର ଦିନ ଭୋର ଚାରିଟାରୁ ରୁ ବ୍ରାହ୍ମଣୀ ନଦୀ କୁ ଗାଧେଇବା କୁ ଯାଇଥିଲି ହେଲେ ନଦୀ କୂଳରେ ପଂହଁଞ୍ଚିଲା ପରେ କଣ ଘଟିଲା ମୁଁ କିଛି ଜାଣିନି |

ସୂଚନା ମୁତାବକ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଣ୍ଢରା ଗାଁ ର ବିକ୍ରାନ୍ତ ମଲ୍ଲିକ ଗତ ୧୮ ତାରିଖ ଶନିବାର ଦିନ ଭୋରୁ ବିକ୍ରାନ୍ତ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ,କିନ୍ତୁ ସକାଳ ୯ ଟା ପର୍ଯ୍ୟନ୍ତ ଘରକୁ ନ ଫେରିବା ରୁ ପରିବାର ଲୋକ ନଦୀ କୂଳରେ ପହଞ୍ଚି ଖୋଜାଖୋଜି କରିଥିଲେ | ତେବେ ନଦୀ କୂଳରେ ବିକ୍ରାନ୍ତ ଙ୍କ ବାଇକ,ଚପଲ ଓ ଏକ ନୋଟା ରହିଥିବା ଦେଖିବାକୁ ପାଇଥିଲେ | କିନ୍ତୁ ବିକ୍ରାନ୍ତ ଙ୍କର କୌଣସି ଖୋଜଖବର ମିଳିନଥିଲା | ଘଟଣା ସମ୍ପର୍କରେ ଜାଣିବା ପରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୁଲିସ ନଦୀରେ ଖୋଜାଖୋଜି କରି ବିଫଳ ହୋଇଥିଲେ,ବିକ୍ରାନ୍ତ ଙ୍କୁ କୁମ୍ଭୀର ଟାଣି ନେଇ ଯାଇଥିବା ସନ୍ଦେହ କରାଯାଉଥିଲା | ଅନ୍ୟପକ୍ଷରେ ବିକ୍ରାନ୍ତ ଗ୍ରହ ଶାନ୍ତି ପୂଜା ପାଇଁ ଭୋରୁ ନଦୀକୁ ଗାଧୋଇ ଆସିଥିବା ପରିବାର ପକ୍ଷରୁ କୁହାଯାଇଥିଲା | ସେ ଲୁଧିଆନା ରେ ଏକ କମ୍ପାନୀ ରେ କାର୍ଯ୍ୟ କରନ୍ତି | ଗତ ୪ ଦିନ ତଳେ ସେ ଗାଁ କୁ ଫେରିଥିଲେ,ଗାଁରେ ତାଙ୍କର ଏକ ପୁଅ ଓ ସ୍ତ୍ରୀ ଅଛନ୍ତି |

ଅନ୍ୟ ପକ୍ଷରେ ବିକ୍ରାନ୍ତ ମୁଣ୍ଡ କାମ କରୁନି ସେ ସେଦିନ ନଦୀ କୁଳ ରୁ ନିଖୋଜ ର ଖବର ପ୍ରସାରିତ ହେବାପରେ କଟକ ରେ ରହୁଥିବା ଆମ ଗାଁର କିଛି ଯୁବକ ଗାଁକୁ ଖବର ଦେଇଥିଲେ ବିକ୍ରାନ୍ତ ଏବେ କଟକ ରେ ବୁଲୁଛି ତାକୁ କୁମ୍ଭୀର ନେଇଛି ବୋଲି ହାଲ୍ଲା ପଡିଛି,ତେବେ ବିକ୍ରାନ୍ତକୁ ନଜର ବନ୍ଦି କରିବା ପାଇଁ ଗାଁ ଲୋକେ କଟକ ରୁ ଖବର ଦେଇଥିବା ଯୁବକଙ୍କୁ ନିର୍ଦେଶ ଦେଇଥିଲେ | ଗାଁ ଲୋକଙ୍କ ନିର୍ଦେଶ ଅନୁସାରେ ବିକ୍ରାନ୍ତକୁ କଟକ ରେ ନଜର ବନ୍ଦି ରଖିଥିଲେ କଟକ ଅଞ୍ଚଳର ଗାଁ ଯୁବକ | ପରେ ପରେ ବିକ୍ରାନ୍ତଙ୍କ ଭାଇ ଓ ପଡୋଶୀ କଟକ ରେ ପହଁଞ୍ଚି ବିକ୍ରାନ୍ତକୁ ଗାଁକୁ ଆଣିଛନ୍ତି ଏବେ ସେ ଘରର ଚାରି କାନ୍ଥ ଭିତରେ ରହୁଛି,ତାକୁ ଦେଖିଲେ ଲାଗୁଛି ସତେ ଯେମିତି ସେ ସ୍ଥାଣୁ ପାଲଟି ଯାଇଥିବା ପରି ମନେହେଉଛି ବୋଲି କହିଛନ୍ତି ଅଣ୍ଢରା ପଞ୍ଚାୟତ ର ପୂର୍ବତନ ସରପଞ୍ଚ | ବିକ୍ରାନ୍ତ ସେଦିନ ନଦୀ କୂଳରେ ଢାଳ ଓ ନିଜ ର ପୋଷାକ ଚପଲ ରଖି ଘରୁ ଆଣିଥିବା ପୋଷାକ ଓ ଚପଲ ପିନ୍ଦି ଟର୍ଚ୍ଚ ମାରି ନଦୀ କୂଳେ କୂଳେ 3 କିଲୋମିଟର ଚାଲିଚାଲି ଚୌଦକୁଲାଟ ପୋଲ ପାଖରୁ ଗାଡି ଯୋଗେ କଟକ ଯାଇଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି…

Leave A Reply

Your email address will not be published.