ଅଷ୍ଟ୍ରେଲିଆ ଚିତ୍, ଭାରତର ବାଜିମାତ୍

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  କ୍ରିକେଟର ସବୁ ଫର୍ମାଟରେ ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନ ଜାରି ରହିଛି । ବିଶେଷ କରି ଦିନିକିଆ ବିଶ୍ୱକପରେ ଭାରତ ଲଗାତର ୧୦ଟି ମ୍ୟାଚ ଜିତିଥିଲେ ବି ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ହାରିଯାଇଥିଲା ।

ହେଲେ ଅଷ୍ଟ୍ରେଲିଆ ବିପକ୍ଷ ଟି ୨୦ ସିରିଜର ପ୍ରଥମ ମ୍ୟାଚ ଜିତି ଭାରତ ଭାରତ ନିଜ ଜଲୱା ଦେଖାଇଛି । ତାହା ପୁଣି ବିଶ୍ୱକପ ଟିମ୍ର କେବଳ ୩ ସଦସ୍ୟଙ୍କ ସମେତ ଯୁବ ଟିମ୍ ଏହି କାରନାମା କରି ଦେଖାଇଛନ୍ତି । ଫଳରେ ବିଶ୍ୱକପ ଫାଇନାଲର ଦୁଃଖକୁ ଭୁଲି ଭାରତୀୟ ପ୍ରଶଂସକଙ୍କ ମୁହଁରେ ହସ ଫୁଟାଇବ ଟିମ୍ ଇଣ୍ଡିଆ । ବିଶାଖାପାଟଣାର ଏସିଏ-ଭିଡିସିଏ ଷ୍ଟାଡିୟମ ଠାରେ ଗୁରୁବାର ଖେଳାଯାଇଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆକୁ ଭାରତ ୨ ୱିକେଟରେ ପରାସ୍ତ କରିଛି । ଜୋଶ୍ ଇଂଲିଶଙ୍କ ବିସ୍ଫୋରକ ଶତକ ଓ ଷ୍ଟିଭ୍ ସ୍ମିଥ୍ଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଭାରତକୁ ୨୦୮ ରନର ଟାର୍ଗେଟ ଦେଇଥିଲା ।

ତେବେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ, ଓପନର ଇଶାନ କିଶନଙ୍କ ଧୂଆଁଧାର ଅର୍ଦ୍ଧଶତକ ବଲରେ ଭାରତ ଗୋଟିଏ ବଲ ବାକି ଥାଇ ୨୦୯ ରନ କରି ବିଜୟୀ ହୋଇଛି । ଭାରତ ପାଇଁ ଏହା ସର୍ବାଧିକ ରନ୍ ଚେଜରେ ବିଜୟୀ । ଏହାକୁ ମିଶାଇ ଭାରତ ଲଗାତର ୧୩ଟି ଟି ୨୦ରେ ବିଜୟ ହାସଲ କରି ବିଶ୍ୱରେକର୍ଡ କରିଛି । ଏଥିସହ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ୨୭ଟି ମ୍ୟାଚରୁ ୧୬ ଟିରେ ଭାରତ ଜିତି ଆଗୁଆ ରହିଛି । ଏବଂ ଏହି ୫ ଦିନିକିଆ ଟି ୨୦ ସିରିଜରେ ୧-୦ରେ ମଧ୍ୟ ଆଗୁଆ ହୋଇଛି ।

Leave A Reply

Your email address will not be published.