ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ରାଧା ପାଦ ଦର୍ଶନ ହେଲା ଶେଷ ଦର୍ଶନ l ରାସ୍ତାରେ ଚାଲିଗଲା ଦମ୍ପତି ଙ୍କ ଜୀବନ ଆଉ ବଞ୍ଚିଗଲା ସାତ ବର୍ଷର କୁନି ପୁଅ ରିଷି l ମଣିଷ ଜୀବନ ପାଣିଫୋଟକା ସଦୃଶ୍ୟ କେତେବେଳେ କାହାର ଜେ ଜୀବନ କେତେବେଳେ ଚାଲିଯିବ ତାହା କେହିବି କହିପାରିବେ ନାହିଁ l ଦିନେ ଯିଏ ଭଗବତ ଚିନ୍ତାନ ରେ ନିଜକୁ ସଦା ସର୍ବଦା ସମର୍ପଣ କରୁଥିଲେ ଓ ରିଲସ ଜରିଆରେ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ସମାଜକୁ କିଛି ସୁ ବାର୍ତ୍ତା ଦଉଥିଲେ ଆଜି ସିଏ ଭଗବାନଙ୍କୁ ପ୍ୟାରା ହୋଇଗଲେ l
ନିଜେ ତ ଦୁନିଆ ଛାଡି ଚାଲିଗଲେ ସାଙ୍ଗରେ ନିଜ ପତ୍ନୀକୁ ବି ନେଇଗଲେ l ଏବେ କାନ୍ଦ ବୋବାଳି ରେ ଫାଟି ପଡୁଛି ଆଜି ପୁରା ଗାଁ l ଗାଁ ରେ ଆଜି ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l କାରଣ ଆଜି ପରା ଗାଁ ର ସୁନା ପୁଅ ଓ ବହୁ ଏ ଦୁନିଆ ଛାଡି ଆରପାରିକୁ ଚାଲିଯାଇଛନ୍ତି l ଇଏ ହେଉଛିନ୍ତି କଟକ ଜିଲ୍ଲା ସାଲେପୁର ବ୍ଲକ ପୂରଣ ଗ୍ରାମର ଅନିରୁଦ୍ଧ ଜେନା (୪୦)ଓ ରିତାଲି ଜେନା (୩୭) l ଅନିରୁଦ୍ଧ ଗତ ୨୧ତାରିଖ ଦିନ ନିଜ ପତ୍ନୀ ରିତାଲି ଓ ପୁଅ ରିଷି କୁ ସାଙ୍ଗରେ ନେଇ ରାଧା ପାଦ ଦର୍ଶନ ନିମନ୍ତେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ କୁ ଯାଇଥିଲେ l ଦର୍ଶନ ସାରି ଗତ କାଲି ନିଜ ଘରକୁ ଫେରିବା ସମୟରେ କଟକ ଚାନ୍ଦବାଲି ରାସ୍ତାର ଜଗତପୁର ଥାନା ପଦ୍ମପୁର ନିକଟସ୍ଥ ନୃସିଂହବଜାର ରେ ଏକ ପିକଅପ ଭ୍ୟାନ୍ ଧକା ଦେଇଥିଲା ଫଳରେ ତିନ ଜଣ ଜାଙ୍କ ଛିଟିକି କି ତଳେ ପଡିଥିଲେ l ଘଟଣା ସ୍ଥଳରେ ଜଗତପୁର ଥାନା ଓ ପାଗା ଫାଣ୍ଡି ପୋଲିସ ପହଞ୍ଚି ତିନି ଜଣଙ୍କୁ କଟକ ସ୍ଥିତ ବଡ ମେଡିକାଲକୁ ପଠାଇ ଥିଲେ l
ସେଠାରେ ଡାକ୍ତର ଅନିରୁଦ୍ଧ ଓ ରିତାଲି କୁ ମୃତ ଘୋଷଣା କରିଥିବା ବେଳେ ପୁଅ ରିଷି ଗରୁତର ଅବସ୍ଥାରେ ଏବେ ଆଇସିୟୁ ରେ ଚିକିତ୍ସିତ ହେଉଛନ୍ତି ବୋଲି କହିଛନ୍ତି ଗ୍ରାମବାସୀ lଅନିରୁଦ୍ଧ ଜଣେ ଭଲ ପରୋଉପକାରୀ, ଦରଦୀ ଓ ଆଧ୍ୟତ୍ମିକ ଚିନ୍ତାଧାରା ର ଲୋକ ଥିଲେ l ସେ ଏକ ଘରୋଇ କୋଚିଂ ସେଣ୍ଟର ରେ ଶିକ୍ଷକ ଭାବେ ନିୟୋଜିତ ଥିଲେ l ତାଙ୍କୁ ଆଜି ଝୁରୁଛି ଗାଁ ମାଟି ପାଣି ପବନ ସହ ତାଙ୍କର ଆତ୍ମୀୟ ସ୍ୱଜନ ଏବଂ ତାଙ୍କର ଛାତ୍ର ଛାତ୍ରୀ ମାନେ ।