ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମହିଳା ମହାବିଦ୍ୟାଳୟରେ ପାଳିତ ହେଲା ଜାତୀୟ ଏକତା ଓ ସଦ୍ଭାବନା ସପ୍ତାହ | ରାଇରଙ୍ଗପୁର 24/11/23 ମହିଳା ମହାବିଦ୍ୟାଳୟରେ ପାଳିତ ହେଲା ଜାତୀୟ ଏକତା ଓ ସଦ୍ଭାବନା ସପ୍ତାହ ।
ଅଧ୍ୟକ୍ଷ ରବିଶଙ୍କର ସତପଥିଙ୍କ ମାର୍ଗଦର୍ଶନ ଓ ଆବାହକ ବିଜୟ କୁମାର ରାମଙ୍କ ତତ୍ତ୍ବାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜ ର ଶତାଧିକ ଛାତ୍ରୀମାନେ ଉପସ୍ଥିତ ରହି ଜାତୀୟତାର ମନୋଭାବ ସହିତ ଏକତା ଓ ସଦ୍ଭାବନା ଉପରେ ଚର୍ଚା କରିଥିଲେ। ସମସ୍ତ ଉପସ୍ଥିତ ଛାତ୍ରୀମାନଙ୍କ ସହିତ କର୍ମଚାରୀମାନେ ମଧ୍ଯ ନେଶନାଲ ହାର୍ମୋନି ର ସ୍ପିକର ଧାରଣ କରି ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଇଥିଲେ ।
ସେବତି ବେହେରା, ରାଜୀବ ପାଲ, ତିଳୋତମା ଷମ ଷଡଙ୍ଗୀ, ସମାପ୍ତି ରାଣୀ ଦାସ, ଯଶୋଧରା ମହାନ୍ତ, ରେଣୁକା ମହାନ୍ତ, ଅବନି ନାୟକ, ପ୍ରିୟତମା ହେମ୍ଭ୍ରମ, ରୁଦ୍ରନାଥ ଧୀର, ପାନଶ୍ବରୀ ଟୁଡୁ,ରାଜଶ୍ରୀ ନାୟକ, ଅମିତ ଗୋପାଳ, ଶ୍ୟାମ ସୁନ୍ଦର ମଣ୍ଡଳ, ତରୁଣ ମହାନ୍ତ, ପୁଷ୍ପଲତା ମୁର୍ମୁ,ଓ ଅନ୍ଯାନ୍ଯ ଛାତ୍ରୀମାନଙ୍କ ଊପସ୍ଥିତିରେ ସମାପନ ହୋଇଥାଏ ଏହି କାର୍ଯ୍ୟକ୍ରମ।