ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ସବୁଜିମା ଆମ ପରିବେଶ ନିମନ୍ତେ ଭଲ ହେବା ସହ ମନୁଷ୍ୟ ଶରୀର ଉପରେ ମଧ୍ୟ ଉତ୍ତମ ପ୍ରଭାବ ପକାଇଥାଏ। ଭାରତୀୟ ଜଳବାୟୁରେ ବିଭିନ୍ନ ପ୍ରକାରର ଔଷଧୀୟ ଗଛଗୁଡ଼ିକ ଶୀଘ୍ର କାୟା ବିସ୍ତାର କରିଥାନ୍ତି। ତେବେ ଏପରି କିଛି ଗଛ ଅଛି ଯାହା ଆମ ଶରୀରରେ ଥିବା ଅନେକ ରୋଗର ନିରାକରଣ ପାଇଁ ରାମବାଣ ସଦୃଶ୍ୟ କାମ କରିଥାଏ । ତେବେ ଆସନ୍ତୁ ଜାଣିବା ସେହି ପରି ବେଲ ପତ୍ରର ଉପକାରିତା ।
ବେଲ ପତ୍ର ଭଗବାନ ଶିବଙ୍କ ପୂଜାର୍ଚ୍ଚନାରେ ଉପଯୋଗ ହେଉଥିବାବେଳେ ଦୈନିକ ଅଳ୍ପ ବେଲପତ୍ର ଚୋବାଇ ଖାଇଲେ ତାହା ବିଭିନ୍ନ ସମସ୍ୟାର ସମାଧାନ କରିଥାଏ। ସକାଳବେଳା ଖାଲିପେଟରେ ୫-୬ଟି ବେଲପତ୍ର ଚୋବାଇ ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ରକ୍ତଶର୍କରାକୁ ନିୟନ୍ତ୍ରଣରେ ରଖେ। ଅନ୍ୟପାଖେ ଅମ୍ଳ ରୋଗୀଙ୍କ ନିମନ୍ତେ ଏହି ପତ୍ରରେ ଥିବା ପୋଷକତତ୍ତ୍ବ ଔଷଧ ପରି କାମ କରେ। ମଧୁମେହ ରୋଗୀଙ୍କ ପାଇଁ ବେଲପତ୍ର କୌଣସି ବରଦାନରୁ କମ୍ ନୁହେଁ। ରକ୍ତରେ ଶର୍କରା ନିୟନ୍ତ୍ରଣ ପାଇଁ ଖାଲି ପେଟରେ ବେଲପତ୍ର ଖାଆନ୍ତୁ। ଏଥିରେ ଥିବା ଫାଇବର ଓ ଅନ୍ୟ ପୋଷକ ତତ୍ତ୍ୱ ମଧୁମେହ ରୋଗୀଙ୍କ ପାଇଁ ଖୁବ୍ ଉପକାରୀ।
ବେଲପତ୍ରରେ ଫାଇବରର ମାତ୍ରା ଅଧିକ ରହିଛି। ଯାହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ। ପେଟ ସହ ଜଡିତ ଅନେକ ସମସ୍ୟାକୁ ଏହା ଦୂର କରିଥାଏ। ନିୟମିତ ଖାଲିପେଟରେ ଏହାର ସେବନ କରନ୍ତୁ। ଏହା ଗ୍ୟାଷ୍ଟ୍ରିକ, ଏସିଡିଟି, ବଦହଜମି, କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିଥାଏ।
ଯେଉଁ ମାନଙ୍କର ଅର୍ଶ ସମସ୍ୟା ରହିଛି, ସେମାନେ ଖାଲି ପେଟରେ ବେଲପତ୍ର ସେବନ କରନ୍ତୁ। ଏହା ପାଚନ ତନ୍ତ୍ରକୁ ମଜଭୂତ କରିଥାଏ। ପେଟ ସହ ଜଡିତ ଅନେକ ସମସ୍ୟାକୁ ଦୂର କରିଥାଏ। ବେଲପତ୍ର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଓ ମଜଭୂତ କରିଥାଏ। ଫଳରେ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ। ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେଲେ ବାରମ୍ବାର ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି। ରୋଗ ପ୍ରତିରୋଧକ ଶକ୍ତି ମଜଭୂତ ହେବା ଦ୍ୱାରା ରୋଗରୁ ଶରୀରକୁ ରକ୍ଷା କରିଥାଏ।