ଆରମ୍ଭ ହୋଇଗଲାଣି ବର୍ଷା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁ ତାମିଲନାଡୁର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି।ଫଳରେ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ବିଶେଷକରି ଚେନ୍ନାଇରେ ଏହି ବର୍ଷା ଯୋଗୁ ଅନେକ ସ୍ଥାନରେ ରାସ୍ତା ଜଳବନ୍ଦୀ ହୋଇ ରହିଥିବା ବେଳେ ଏବଂ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ୍‌ ହୋଇଛି।

ଦେଶର ୪ ରାଜ୍ୟ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡିଶା, ପୁଡୁଚେରୀରେ ଏହି ବାତ୍ୟାର ସର୍ବାଧିକ ପ୍ରଭାବ ରହିବ । ପୁଡୁଚେରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଗୁଡିକରେ ଆଇପିସି ଧାରା ୧୪୪ ଲାଗୁ କରିଦିଆଯାଇଛି । ଉପକୂଳ ଅଞ୍ଚଳରେ ଲୋକଙ୍କ ଯାତାୟତ ଉପରେ ପ୍ରତିବନ୍ଧ ଲଗାଯାଇଛି । ଏହି ପ୍ରତିବନ୍ଧ ୩ ଡିସେମ୍ବର ସନ୍ଧ୍ୟାରୁ ଲାଗୁ ହୋଇଥିବା ବେଳେ ଏହା ୫ ଡିସେମ୍ବର ସକାଳ ୬ ଟା ପର୍ଯ୍ୟନ୍ତ ଲାଗୁ ରହିବ । ପୁଡୁଚେରୀ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ପକ୍ଷରୁ ଏଥିନେଇ ସତର୍କତା ଜାରି କରାଯାଇଛି ।

ଅନ୍ୟପକ୍ଷରେ ଓଡିଶାର ୫ ଜିଲ୍ଲାରେ ମିଚୌଙ୍ଗକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଚୌଙ୍ଗଙ୍କୁ ସାମ୍ନା କରିବାକୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ସହ ଆଲୋଚନା କରିଛନ୍ତି ଓ ସବୁ ପ୍ରକାର ସହାୟତା କେନ୍ଦ୍ର ଯୋଗାଇ ଦେବ ବୋଲି ଆଶ୍ୱାସନା ଦେଇଛନ୍ତି । ଏହା ସହିତ ବିଜେପିର ସମସ୍ତ ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶାସନକୁ ସହଯୋଗ କରିବାକୁ କହିଛନ୍ତି ।

Leave A Reply

Your email address will not be published.