ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ପିକନିକ ଭ୍ୟାନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଶୂନ ମୃତ୍ୟୁ ସପ୍ତାହରେ ଲାଗିରହିଛି ଦୁର୍ଘଟଣା ଜନିତ ମୃତ୍ୟୁ। ସପ୍ତାହର ପ୍ରଥମ ଚାରିଦିନରେ ଅନ୍ୟୂନ ୪୫ ଜଣଙ୍କ ମୃତ୍ୟୁ ହେଲାଣି। ଚତୁର୍ଥ ଦିନରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୮ ଜଣ ଆହତ ହୋଇଛନ୍ତି।  ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ପିକନିକ ଭ୍ୟାନ ।

ଏହି ଦୁର୍ଘଟଣାରେ 15ରୁ ଉର୍ଦ୍ଧ୍ବ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ପାଖାପାଖି 10 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି । ସମସ୍ତ ଆହତଙ୍କର ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ଅନ୍ୟପଟେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଜାରି ରହିଛି । ପିକନିକ କରିବାକୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଆଜି(ମଙ୍ଗଳବାର)ଭୋର ସମୟରେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଅନ୍ତର୍ଗତ ହଳଦୀ ଗ୍ରାମରୁ କିଛି ପରିବାର ବଣଭୋଜି କରିବା ପାଇଁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ନିକଟ ଗୁରୁଜୀ ମୁଣ୍ଡାକୁ ଯାଉଥିଲେ । ଏହି ସମୟରେ ଟିଟିଲାଗଡ଼ କତର କେଳା ରେଳ ଫାଟକ ନିକଟରେ ଭ୍ୟାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଭାରସାମ୍ୟ ହରାଇ ଭ୍ୟାନଟି ରାସ୍ତାକଡ଼କୁ ଓଲଟି ପଡ଼ିଥିବା ସୂଚନା ରହିଛି । ତେବେ ଏହି ଦୁର୍ଘଟଣାରେ ଗାଡ଼ିରେ ଥିବା 15ରୁ ଊର୍ଦ୍ଧ୍ୱ ଜଣ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟଲୋକମାନେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସେଠାରେ ସମସ୍ତଙ୍କ ଚିକିତ୍ସା ଜାରି ରହିଥିବା ବେଳେ 10 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି । ସଙ୍କଟାପନ୍ନ ଥିବା 10 ଜଣଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରା ଯାଇଛି । ତେବେ ଗୁରୁତରଙ୍କ ମଧ୍ୟରେ 4 ଜଣ ଶିଶୁ ଓ 6 ଜଣ ମହିଳା ଥିବାର ଜଣା ପଡ଼ିଛି ।

Leave A Reply

Your email address will not be published.