ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନରସିଂହପୁର ମହୋତ୍ସବ ଛାଡଖାଇ ୨୦୨୩ ସୋମବାର ଉଦଯାପିତ ହୋଇଯାଇଛି। ଉଦଯାପନ ଦିବସରେ ଦିନ ୨ଟା ଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଥମ ମଞ୍ଚରେ ନରସିଂହପୁର ଡିମିରିଆରୁ ଆସିଥିବା ଗାୟକ ସତ୍ୟ ଜେନା ପାଲା ପରିବେଷଣ କରିଥିଲେ।ପରେ ପରେ ସନ୍ଧ୍ୟା ୫ଟା ସମୟରେ କାନପୁରର ସୁରଭି ଡ୍ୟାନ୍ସ ଗ୍ରୁପର କୁନି କଳାକାରମାନଙ୍କ ନୃତ୍ୟ ପରିବେଷଣ କରିଥିଲେ।ରାତ୍ର ସାଢେ଼ ସାତଟାରୁ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ଯାଜପୁରରୁ ଆସିଥିବା ଅନ୍ଵେଶଣ ଥିଏଟର ଗୃପ୍ ଦ୍ୱାରା ସମ୍ବଲପୁରୀ ଓ ଆଧୁନିକ ନୃତ୍ୟ ପରିବେଷଣ ହୋଇଥଲା।।ରାତ୍ର ୧୧ଟା ଠାରୁ ଅନୁଗୁଳ ତୁରଙ୍ଗରୁ ଆସିଥିବା ଦଣ୍ଡନାଚ ସହ।
ଉତ୍ସବର ସଭାପତି ତଥା ସ୍ଥାନୀୟ ତହସିଲଦାର ମନୋଜ କୁମାର ମାଝୀଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ସମବାୟ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ପାରମ୍ପରିକ ଉତ୍ସବକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ନରସିଂହପୁର ମହୋତ୍ସବ ଛାଡଖାଇ ଓଡ଼ିଶାର ଦ୍ୱିତୀୟ ବାଲିଯାତ୍ରା ର ପରିଚୟ। ବଡ଼ମ୍ବା ନରସିଂହପୁର ବିଧାୟକ ଦେବୀ ପ୍ରସାଦ ମିଶ୍ର ମୁଖ୍ୟବକ୍ତା, କଟକ ଜିଲ୍ଲା ପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ର, ନରସିଂହପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ଜେନା, ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି, ନରସିଂହପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନାରାୟଣ ନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଛାଡଖାଇ ଉତ୍ସବ ପାଳନର ୫୭ ବର୍ଷ ପୂର୍ତ୍ତି ସଂପର୍କରେ ନିଜର ଅଭିମତ ପ୍ରକାଶ କରିଥିଲେ।
ଥାନା ନିକଟରେ ଏକ କଇଁଥ ଗଛ ମୂଳରେ ତ୍ରିନାଥ ମେଳାରୁ ଆରମ୍ଭ ହୋଇ ମହାଦ୍ରୁମ ରେ ଏହି ପାରମ୍ପରିକ ଉତ୍ସବ ଜନ ମାନସରେ ଆଦୃତ ହେବା ସହିତ ଆଜି ଓଡ଼ିଶା କୋଣ ଅନୁକୋଣରେ ନରସିଂହପୁର ମହୋତ୍ସବ ଛାଡଖାଇ ଭାବେ ନିଜର ଖ୍ୟାତି ଅର୍ଜନ କରିଛି। ଏଥିପାଇଁ ନରସିଂହପୁର ଅଞ୍ଚଳର ଜନସାଧାରଣ ଓ ମହୋତ୍ସବର ଆୟୋଜନ କରିଥିବା କମିଟିର ସଦସ୍ୟ ମାନଙ୍କୁ ଉପସ୍ଥିତ ଅତିଥି ମାନେ କୃତଜ୍ଞତା ଜଣାଇଥିଲେ।
Comments are closed.