ଆଜି ଶେଷ ହେଉଛି ବାଲିଯାତ୍ରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି ସରିବ , ପୁଣି ଆରବର୍ଷକୁ ଅପେକ୍ଷା । ୯ ଦିନ ହେଲା ଚାଲିଥିଲା ଯାତ୍ରା । ସନ୍ଧ୍ୟା ହେଲେ ଲାଗୁଥିଲା ଲୋକଙ୍କ ଗହଳି । ହେଲେ ଆସନ୍ତାକାଲି ସେ ଗହଳି ନଥିବ କି ଯାତ୍ରା ବି ନଥିବ ।

ଆଉ ସେ ସିଲେଷ୍ଟ୍ରି ଆଇସକ୍ରିମ୍ ର ଗୋଟେ ସଙ୍ଗେ ଗୋଟେ ମାଗଣାର ଡାକ ଶୁଭିବନି କି ମସଲାରେ ଜବରଦସ୍ତ ଅଫରର ଡାକ । ପୁରା ଖାଁ ଖାଁ ହୋଇପଡିବ ପଡିଆ । ହଁ ଆଜ୍ଞା ଆଜି ସରୁଛି କଟକର ଐତିହାସିକ ବାଲିଯାତ୍ରା । ଗତ ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିବା ଐତିହାସିକ ବାଲିଯାତ୍ରା ଡିସେମ୍ବର ୪ ତାରିଖରେ ଶେଷ ହେବାର ଥିଲା। କିନ୍ତୁ ଲୋକଙ୍କ ଆଗ୍ରହକୁ ଦେଖି ଆଉ ଗୋଟିଏ ଦିନ ବାଲିଯାତ୍ରାର ଅବଧି ବଢ଼ାଇଥିଲେ ରାଜ୍ୟ ସରକାର।

ପ୍ରତିଦିନ ବାଲିଯାତ୍ରା ବୁଲିବାକୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଏକାଠି ହୋଇ ମେଳାର ମଜା ନେବା ସହ ସୁଆଦିଆ ଖାଦ୍ୟ ସାଙ୍ଗକୁ, ଘରକରଣା ସାମଗ୍ରୀ, ବିଭିନ୍ନ ରାଜ୍ୟର ସ୍ଵତନ୍ତ୍ର ପୋଷାକ କିଣି ନେଉଛନ୍ତି। ବାଲିଯାତ୍ରା ପଡ଼ିଆରେ ପ୍ରତି ସନ୍ଧ୍ୟାରେ ଦର୍ଶକଙ୍କୁ ଭରପୁର ମନୋରଞ୍ଜନର ଖୋରାକ ଯୋଗାଇବାକୁ ସଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।

ଓଡ଼ିଶା ତଥା ବଲିଉଡ ଜଗତର ସ୍ଵନାମଧନ୍ୟ କଳାକାର ଦର୍ଶକଙ୍କ ମନୋରଂଜନ କରୁଛନ୍ତି। ଆଜି ଶେଷ ଦିନରେ ସ୍ଵତନ୍ତ୍ର ସଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ। ବାଲିଯାତ୍ରାରେ ପିଲାଠାରୁ ବୁଢ଼ାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଆବଶ୍ୟକତାକୁ ଗୁରୁତ୍ଵ ଦିଆଯାଇଛି। କେବଳ ଛୋଟପିଲା ନୁହଁନ୍ତି ବଡ଼ମାନେ ମଧ୍ୟ ଦୋଳିର ମଜା ଉଠାଇବା ସହ ବିଭିନ୍ନ ସାମଗ୍ରୀ ଘରକୁ କିଣି ନେଉଛନ୍ତି। ଚଳିତ ବର୍ଷ ଦର୍ଶକଙ୍କ ସଂଖ୍ୟା ବଢ଼ିବା ସହ ବେପାର ମଧ୍ୟ ବେଶ ଭଲ ହୋଇଛି।

Leave A Reply

Your email address will not be published.