ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସରିଲା କଟକ ଐତିହାସିକ ବାଲିଯାତ୍ରା – ୨୦୨୩। ରେକର୍ଡ ସଂଖ୍ୟକ ବ୍ୟବସାୟ। ବ୍ୟବସାୟୀ ଖୁସି। ଚଳିତବର୍ଷ ବାଲିଯାତ୍ରାରେ ମୋଟ ଦୁଇ ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ। ଉଭୟ ଉପର ଓ ତଳ ପଡ଼ିଆରେ ୯ ଦିନ ଚାଲିଲା ବାଣିଜ୍ୟର ମହାକୁମ୍ଭ।
ଜାତୀୟସ୍ତରୀୟ ପଲ୍ଲୀଶ୍ରୀ ମେଳା ବା ଓରମାସରେ ମଧ୍ୟ ପୁର୍ବ ବର୍ଷର ରେକର୍ଡ ଭାଙ୍ଗିଲା। ଓରମାସରେ ୩୭ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟବସାୟ। ଗତବର୍ଷ ଓର୍ମସରେ ୨୪ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା। ଏଥର ଓରମାସ ମେଳାରେ ୪୨୦ ଷ୍ଟଲ ଓ ୫୦ରୁ ଅଧିକ ମୁକ୍ତାକାଶ ବ୍ୟବସାୟିକ ଷ୍ଟଲ ଖୋଲା ଯାଇଥିଲା । ମିଶନ ଶକ୍ତି, ନାବାର୍ଡ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ ଏନଜିଓ ସହିତ ୨୨ ରାଜ୍ୟର ବ୍ୟବସାୟୀ ଏଥିରେ ଭାଗ ନେଇଥିଲେ । ମେଳାରେ ପ୍ରାୟ ୨୦ରୁ ଅଧିକ ନୂତନ ସାମଗ୍ରୀକୁ ପ୍ରମାଣପତ୍ର ଦିଆଯାଇଥିଲା । ୨୦୨୨ରେ ଏହି ମେଳାରୁ ୨୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ଏଥର ଏହି ରେକର୍ଡ ଭାଙ୍ଗିଛି ।
ଆସନ୍ତା ବର୍ଷ ଏହି ମେଳାକୁ ଆହୁରି ଅଧିକ ନୂତନ ସାମଗ୍ରୀ ଅଣାଯିବା ସହିତ ମହିଳାଙ୍କ ଉତ୍ପାଦକୁ ବିକ୍ରି ପାଇଁ ଅଧିକ ପ୍ରୋତ୍ସାହନ ଦିଆଯିବ । ଏଥର କଟକ ଇନ କଟକରେ ଗ୍ରାମୀଣ କଟକ, ଏଲଇଡ଼ି ବୋଇତ, ଚିତ୍ରକଳା ଉତ୍ସବ, ମହାନଦୀ ଜଳକ୍ରୀଡା, ଅଣ୍ଡର ୱାଟର ଫିସ ଆକ୍ୟୁରିୟମ, ଓଲିଉଡ଼ ବଲିଉଡ଼ ନାଇଟ ଆକର୍ଷଣର କେନ୍ଦ୍ର ପାଲଟିଥିଲା । ପୋଲିସ ପ୍ରଶାସନ ସମେତ ସମସ୍ତଙ୍କ ସହଯୋଗରେ ବାଲିଯାତ୍ରା ସଫଳ ହୋଇଥିବା ଜିଲ୍ଲାପାଳ କହିଛନ୍ତି ।