ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ | କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଜଗତସିଂହପୁର ଏବଂ କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର ମିଳିତ ଆନୁକୁଲ୍ୟରେ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ସଞ୍ଜୀବ ମୁଦୁଲିଙ୍କ ସଭାପତିତ୍ବରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳିତ ହୋଇଯାଇଛି।

“ମୃତ୍ତିକା ଓ ଜଳ ଜୀବନର ଉତ୍ସ” ଥିଲା ଆଜିର ମୃତ୍ତିକା ଦିବସର ମୁଖ୍ୟ ବାର୍ତ୍ତା। ବିଭିନ୍ନ ପ୍ରକାରର ଜୈବିକ ପ୍ରଣାଳୀ ଅବଲମ୍ବନ କରି ଆମେ କିପରି ମାଟିମାର ଯତ୍ନ ନେଇପାରିବା ଏବଂ ମାଟିରେ ଜୈବିକ ପୃଷ୍ଟି ଉପାଦାନର ମୂଲ୍ୟ ବୃଦ୍ଧି କରିପାରିବା ଏହା ଥିଲା ଆଜିର ଦିବସର ମୂଳ ଲକ୍ଷ୍ୟ।

ଏହି ଦିବସ ପରିପ୍ରେକ୍ଷୀରେ ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଯଥା ଜିଲ୍ଲା ପରିଷଦର ସଭାପତି ଶ ମନୋଜ କୁମାର ଭୋଇ, ତିର୍ତ୍ତୋଲ ବ୍ଲକର ଆତ୍ମାର ଅଧ୍ୟକ୍ଷ ଦେବେନ୍ଦ୍ର ମଲ୍ଲିକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୀବ ମୁଦୁଲି ଏବଂ କୃଷି ବିଜ୍ଞାନ କେନ୍ଦ୍ରର ମୂଖ୍ୟ ଡ଼ଃ ଜୀବନଜିତ ସେନ୍, କୃଷି ବିଜ୍ଞାନ କେନ୍ଦ୍ରର ମୃତ୍ତିକା ବୈଜ୍ଞାନିକ ଡ଼ଃ ପ୍ରଦୀପ୍ତ ମାଝୀ ମାଟିମାର ଯତ୍ନ ନିମନ୍ତେ ଜୈବିକ ଏବଂ ପ୍ରାକୃତିକ କୃଷିର ପ୍ରାଧାନ୍ୟ ଉପରେ ଆଲୋକପାତ କରିଥିଲେ। ଜିଲ୍ଲାର ମୃତ୍ତିକା ଅଧିକାରୀ ସମଲେଇ ପରିଡ଼ା କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଏ.ଡି.ଓ. ଜଗତସିଂହପୁର ନବକିଶୋର ମହାପାତ୍ର, ଏ.ଡି.ଓ. ପୂର୍ନେନ୍ଦୁ ଶେଖର ଆଚାର୍ଯ୍, ତିର୍ତ୍ତୋଲ, ଏରସମା ଏବଂ କୁଜଙ୍ଗର ବ୍ଲକ ମୂଖ୍ୟ କୃଷି ଅଧିକାରୀ ଯୋଗ ଦେଇଥିଲେ

Leave A Reply

Your email address will not be published.