ଗୁଗୁଲର ନୂଆ ଜିମିନି ଏ.ଆଇ ମଡେଲ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):   ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ଟେକ୍ନୋଲୋଜିର ଭବିଷ୍ୟତ ଭୁଲ ହେବ ନାହିଁ । ବିଆଗାମୀ ଭବିଷ୍ୟତରେ ଏ.ଆଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଓପନ ଏ.ଆଇର ଚାଟ୍ ଜି.ଟି.ପି ଦ୍ୱାରା ଗତ ବର୍ଷ ସୂଚନା ଦିଆଯାଇଥିଲା । ଚାଟବଟ୍ ଏ.ଆଇର ଷୟରେ ଦୁନିଆକୁ ଅବଗତ କରାଇଥିଲା । ବର୍ତମାନ ଗୁଗୁଲ ଏହାଠାରୁ ଗୋଟିଏ ପାଦ ଆଗକୁ ବଢିଛି । ଗୁଗୁଲ ଏହାର ନୂତନ ଏ.ଆଇ ମଡେଲ ଜେମିନି ଲଂଚ କରିଛି ଯାହାକୁ ସବୁଠାରୁ ଶକ୍ତିଶାଳୀ ଏବଂ ଦକ୍ଷ ମଡେଲ ବୋଲି କୁହାଯାଉଛି । ତେବେ ଆସନ୍ତୁ ଜାଣିବା ଏ ବିଷୟରେ ….

ଶକ୍ତି ଆମେରିକାର ସର୍ଚ୍ଚ ଇଞ୍ଜିନ ଗୁଗୁଲ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦୁନିଆରେ ବଡ ଡିଆଁ ମାରିଥିବା ନେଇ ଦାବି କରିଛି । ଉକ୍ତ କମ୍ପାନୀ ଦ୍ୱାରା ଚାଟ୍ ଜି.ଟି.ପିର ପ୍ରତିଦ୍ୱନ୍ଦୀ ଭାବେ ଏ.ଆଇ ମଡେଲ ଜେମିନି ଲଂଚ କରିଛି । ଜେମିନି ଏ.ଆଇ ବିଷୟରେ କିଛି ବିଶେଷ କଥା ହାଇଲାଇଟ୍ କରାଯାଇଛି । ପ୍ରଥମଟି ହେଲା ମଲ୍ଟିଟାସ୍କିଂ ପାୱାର – ଏହି ଏ.ଆଇ ମଡେଲ ଗୋଟିଏ ସମୟରେ ଅନେକ ଗୁଡିଏ କାର୍ଯ୍ୟ କରିବାର କ୍ଷମତା ରଖେ । ଉଦାହରଣ ସ୍ୱରୂପ କୌଣସି ବ୍ୟବହାରକାରୀ ପାଇଁ ଇମେଜ୍, ଭିଡିଓ, ଟେକସ୍ଟ କୋଡ ଉପରେ ସମାନ୍ତରାଳ ଭାବେ କାର୍ଯ୍ୟ କରିପାରିବ ।

ଦ୍ୱିତୀୟରେ ହେଲା ଗୁଗୁଲ ପକ୍ଷରୁ ଏହାର ୩ଟି ମଡେଲ ପ୍ରସ୍ତୁତ କରାଯାଇଛି ଯଥା ଜେମିନି ଅଲଟ୍ରା, ଜେମିନି ପ୍ରୋ ଏବଂ ଜେମିନି ନାନୋ ।
ଜେମିନି ଏ.ଆଇ ମେସିଭ ମଲ୍ଟିଟାସ୍କ ଲାଙ୍ଗୁଏଜ୍ ଅଣ୍ଡରଷ୍ଟାଣ୍ଡିଂ ମଡେଲ ଉପରେ ଆଧାରିତ । ଏହା ମଣିଷ ବିଶେଷଜ୍ଞଙ୍କ ଠାରୁ ଉତମ ଫଳାଫଳ ପ୍ରସ୍ତୁତ କରିବାରେ ସକ୍ଷମ ଅଟେ । କୌଣସି ସମସ୍ୟାର ସମାଧାନ ପାଇଁ ଏହା ଗଣିତ, ପଦାର୍ଥ ବିଜ୍ଞାନ, ଇତିହାସ, ଆଇନ, ଔଷଧ ଏବଂ ଏଥିକ୍ସ ଭଳି ୫୭ଟି ବିିଷୟରେ ଉପଯୋଗ କରାଇବ ।

Leave A Reply

Your email address will not be published.