ଆସନ୍ତା କାଲିଠାରୁ ଆରମ୍ଭ ହେବ ଟି -20 ମ୍ୟାଚ୍ ସିରିଜ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ୩ଟି ମ୍ୟାଚ୍ ବିଶିଷ୍ଟ ଟି -20 ମ୍ୟାଚ୍ ସିରିଜର ପ୍ରଥମ ମ୍ୟାଚ୍ ଆସନ୍ତାକାଲି ଅର୍ଥାତ୍ ଡିସେମ୍ବର ୧୦ରେ ଖେଳାଯିବ । ଏହି ମ୍ୟାଚ୍ ଦକ୍ଷିଣ ଆଫ୍ରିକାର ଡର୍ବାନରେ ଖେଳାଯିବ । ଏନେଇ ଜୋରଦାର ପ୍ରସ୍ତୁତି ଚାଲିଛି। ଭାରତର ଓପନିଂ ବ୍ୟାଟ୍ସମ୍ୟାନ୍ ଶୁବମାନ ଗିଲ୍ ମଧ୍ୟ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଛନ୍ତି । ସେପଟେ ଦ୍ରୁତ ବୋଲର ଦୀପକ ଚହର ଏପର୍ଯ୍ୟନ୍ତ ଦଳରେ ଯୋଗ ଦେଇନଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଭାରତ ଓ ଦକ୍ଷିଣ ଆଫ୍ରିକା ଟି -20 ମ୍ୟାଚ୍ ସିରିଜ ପାଇଁ ଦକ୍ଷିଣ ଆଫ୍ରିକାରେ ପହଞ୍ଚିସାରିଛନ୍ତି ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶୁବମାନ ଗିଲ୍ । ସେ ୟୁରୋପ ଗସ୍ତରେ ଯାଇଥିବାରୁ ଦଳ ସହ ଦକ୍ଷିଣ ଆଫ୍ରିକା ଯାଇପାରିନଥିଲେ। ଅନ୍ୟପଟେ ଦ୍ରୁତ ବୋଲର ଦୀପକ ଚହର ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ପହଞ୍ଚି ନାହାଁନ୍ତି। ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟ ଖରାପ ଥିବା କାରଣରୁ ସେ ଦଳରେ ଯୋଗ ଦେଇପାରିନଥିବା ଜଣାପଡ଼ିଛି । ଯଦି ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ନ ହୁଏ, ତେବେ ସେ ଏହି ସିରିଜରୁ ବାଦ ପଡ଼ିପାରନ୍ତି ବୋଲି ସୂଚନା ମିଳିଛି । ଅନ୍ୟପଟେ ମ୍ୟାଚ୍‌ ଆରମ୍ଭକୁ ହାତରେ ଆଉ ଗୋଟିଏ ଦିନ ବାକି ଥିବାବେଳେ ଏପର୍ଯ୍ୟନ୍ତ ଦଳର କିଛି ପ୍ରମୁଖ ଖେଳାଳି ଦକ୍ଷିଣ ଆଫ୍ରିକାରେ ପହଞ୍ଚିନାହାନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି ଦଳର ଉପଅଧିନାୟକ ରବୀନ୍ଦ୍ର ଜାଡେଜା, ଷ୍ଟାର ଓପନର ଶୁଭମନ ଗିଲ୍‌ ଓ ଦ୍ରୁତ ବୋଲର ଦୀପକ ଚହର ।

ଭାରତୀୟ ବିଶ୍ବକପ୍‌ ଦଳର ସଦସ୍ୟ ଥିବା ଭେଟେରାନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ଶୁଭମନ ଗିଲ୍‌ ବିଦେଶରେ ଛୁଟିରେ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ ଉଭୟ ଏବେ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ପହଞ୍ଚି ନାହାନ୍ତି । ସେପଟେ ଷ୍ଟାର ବୋଲର ଦୀପକ ଚହରଙ୍କ ବାପାଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ସେଥିପାଇଁ ଦୀପକଙ୍କ ଦକ୍ଷିଣ ଆଫ୍ରିକା ଗସ୍ତ ନେଇ ଏବେ ମଧ୍ୟ ଦ୍ବନ୍ଦ୍ବ ରହିଛି । ତେବେ ସେ ଦଳର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ଓ ଟିମ୍‌ ମ୍ୟାନେଜମେଣ୍ଟ ସହିତ କଥା ହୋଇଛନ୍ତି । ରିପୋର୍ଟ ଅନୁସାରେ ତାଙ୍କ ବାପାଙ୍କ ଦେହ ସୁସ୍ଥ ହେବା ମାତ୍ରେ ସେ ଦକ୍ଷିଣ ଆଫ୍ରିକା ପହଞ୍ଚି ଦଳରେ ଯୋଗଦେବେ । ଯହି ଏହା ସମ୍ଭବ ନହୁଏ ତେବେ ବିସିସିଆଇ ମଧ୍ୟ ବିକଳ୍ପ ଖେଳାଳି ଚୟନ କରି ରଖିଛି ।

Leave A Reply

Your email address will not be published.