ଆଜି “ଧାରା ୩୭୦’ ଉଚ୍ଛେଦ ଉପରେ ରାୟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆସିଲା ବଡ ଖବର । ଆଜି ଧାରା ୩୭୦ ଉଚ୍ଛେଦ ଉପରେ ରାୟ ଦେବ ସୁପ୍ରିମକୋର୍ଟ । ଅଗଷ୍ଟ ୫, ୨୦୧୯ରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଯାଇ ଥିଲା ଏବଂ ରାଜ୍ୟ ଜାମ୍ମୁ-କାଶ୍ମୀର ଓ ଲଦାଖକୁ ଦୁଇ କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରାଯାଇ ଥିଲା । ଏହାକୁ ବିରୋଧ କରି ଦାଖଲ ହୋଇଥିବା ପିଟିସନ ଉପରେ କୋର୍ଟଙ୍କ ରାୟ ଆସିବ । ୧୬ଦିନର ଶୁଣାଣି ପରେ ସୁପ୍ରିମକୋର୍ଟ ଚଳିତ ବର୍ଷ ସେପ୍ଟେମ୍ବର ୫ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ ।

ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୁଡ ଅଧ୍ୟକ୍ଷତାରେ ଗଠିତ ସମ୍ବିଧାନ ପୀଠରେ କୋର୍ଟର ଅନ୍ୟ ୪ଜଣ ବରିଷ୍ଠ ଖଣ୍ଡପୀଠ ଏହି ମାମଲା ଶୁଣାଣି କରୁଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ଚ୍ୟାଲେଞ୍ଜ କରି ବହୁ ପିଟିସନ ସୁପ୍ରିମକୋର୍ଟରେ ଦାଖଲ ହୋଇଛି । ଅନ୍ୟପକ୍ଷରେ ଦେଶରେ ଦୁଇଟି ସମ୍ବିଧାନ ହୋଇପାରିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଥିଲେ । ଭାରତୀୟ ସମ୍ବିଧାନ ପ୍ରସ୍ତୁତି ପାଇଁ ଗଠିତ ସମ୍ବିଧାନ ହୋଇପାରିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଥିଲେ ।

2019 ମସିହାରେ କେନ୍ଦ୍ର ସରକାର ଜମ୍ମୁ ଓ କାଶ୍ମୀରରୁ 370 ଧାରା ଉଚ୍ଛେଦ କରିଥିଲେ । ଯାହାକୁ ବିରୋଧ କରି ଏକାଧିକ ମାମଲା କୋର୍ଟରେ ଦାଏର ହୋଇଥିଲା । 16 ଦିନ ଧରି ଲଗାତାର ଶୁଣାଣି ପରେ ସେପ୍ଟେମ୍ବର 5 ତାରିଖରେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । ଆଜି ଏହି ମାମଲାରେ ରାୟ ପ୍ରକାଶ କରିବାକୁ ଯାଉଛନ୍ତି ସର୍ବୋଚ୍ଚ କୋର୍ଟ ।

2019 ମସିହା ଅଗଷ୍ଟ 5 ତାରିଖରେ କେନ୍ଦ୍ର ସରକାର କାଶ୍ମୀରକୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରୁଥିବା ଧାରା 370 ଓ 35-ଏ’କୁ ଉଚ୍ଛେଦ କରିଥିଲେ । କାଶ୍ମୀରର ରାଜ୍ୟ ପାହ୍ୟାକୁ ମଧ୍ୟ ଉଚ୍ଛେଦ କରାଯାଇଥିଲା । ଜମ୍ମୁ କାଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା । ଏହାକୁ ବିରୋଧ କରି ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାଏର ହୋଇଥିଲା । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ, ଗୋପାଳ ସୁବ୍ରମଣ୍ୟମ, ରାଜୀବ ଧାଓ୍ବନ, ଦୁଷ୍ୟନ୍ତ ଦାଭେ, ଜାଫର ଶାହ, ଗୋପାଲ ଶଙ୍କର ନାରାୟଣନଙ୍କ ପରି ବରିଷ୍ଠ ଆଇନଜୀବୀ ପକ୍ଷ ରଖିଥିଲେ ।

Leave A Reply

Your email address will not be published.