ଫଳ ସହ ଫଳ ଚୋପାରେ ରହିଛି ଉପକାରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଶୀତଦିନେ ସମସ୍ତେ ନିଜ ନିଜ ସ୍ବାସ୍ଥ୍ୟକୁ ନେଇ ବେଶ୍ ସଚେତନ ଥାଆନ୍ତି । କିଏ ସକାଳୁ ଉଠି ବ୍ୟାୟାମ କରି ନିଜକୁ ଫିଟ୍ ରଖନ୍ତି ତ ଆଉ କିଏ ଜିମରେ ସମୟ ବିତାଇ ନିଜକୁ ଫିଟ ରଖିବାକୁ ଚେଷ୍ଟା କରିଥାନ୍ତି । ଆଉ କିଏ ଉତ୍ତମ ସ୍ବାସ୍ଥ୍ୟ ଖାଇବାକୁ ପ୍ରୟାସ କରନ୍ତି। ତେବେ ହଁ ଆଜ୍ଞା ନିଜକୁ ସୁନ୍ଦର ଓ ଫିଟ୍ ରଖିବାକୁ ହେଲେ ନିଜ ଖାଦ୍ୟ ପ୍ରଣାଳୀରେ ନିହାତି ଫଳକୁ ସାମିଲ କରିବା ଆବଶ୍ୟକ।

ଫଳରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ରହିଛି। ଯାହା ସ୍ୱାସ୍ଥ୍ୟର ଅନେକ ଉପକାର କରିଥାଏ । ଫଳ ଖାଇବା ସମୟରେ ଆମେ ସାଧାରଣତଃ ଏହାର ଚୋପାକୁ କାଟି ଫୋପାଡି ଦେଇଥାଉ। କିନ୍ତୁ ଜାଣି ରଖିବା ଆବଶ୍ୟକ ଯେ ଫଳର ଚୋପାରେ ହିଁ ଅଧିକ ମାତ୍ରାରେ ଫାଇବର ମିଳିଥାଏ। ମାତ୍ର ଅନେକଙ୍କୁ ଫଳର ଚୋପା କାଢି ଏହାକୁ ଖାଇବାର ଅଭ୍ୟାସ ରହିଛି। ଏପରି କି ସେଓର ଚୋପା କାଢି ମଧ୍ୟ ଅନେକ ଖାଇ ଥାଆନ୍ତି। ଜାଣନ୍ତୁ ଏଭଳି କେତେକ ଫଳ ବିଷୟରେ ଯାହାକୁ ଚୋପା ସହ ଖାଇବା ଉଚିତ।

ସେଓର ଚୋପା କାଢି କଦାପି ଖାଆନ୍ତୁ ନାହିଁ। ସେଓକୁ ଏହାର ଚୋପା ସହ ଖାଇବା ଦ୍ୱାରା ଭିଟାମିନ କେ, ଭିଟାମିନ୍‌ ଏ ଓ ଭିଟାମିନ ସି କ୍ୟାଲସିୟମ ମିଳିଥାଏ।

ସେହିଭଳି ପିଜୁଳିର ଚୋପା କାଢି ମଧ୍ୟ ଖାଇବା ଉଚିତ ନୁହେଁ। ପିଜୁଳି ଚୋପାରେ ୩୧ ପ୍ରତିଶତରୁ ଅଧିକ ଫାଇବର ରହିଥାଏ। ଏହାସହ ପିଜୁଳି ଚୋପାରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଛି। ନାସପାତି ମଧ୍ୟ ଖୁବ ସ୍ୱାଦିଷ୍ଟ ଫଳ। ଏହାକୁ ମଧ୍ୟ ଚୋପା ସହ ଖାଆନ୍ତୁ। ଏହାର ଚୋପାରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ରହିଛି। ଯାହା ଚକ୍ଷୁ ପାଇଁ ଖୁବ ଉପକାରୀ।

ଆମ୍ବକୁ ଫଳର ରାଜା କୁହାଯାଏ। ସାଧାରଣତଃ ଅଧିକାଂଶ ଆମ୍ବରୁ ଚୋପା କାଢି ଏହାର ସେବନ କରିଥାଆନ୍ତି। ମାତ୍ର ଆମ୍ବର ଚୋପା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହା ଅତିରିକ୍ତ ଚର୍ବିକୁ ନଷ୍ଟ କରିଥାଏ। ଏହା କର୍କଟ ଭଳି ମାରାତ୍ମକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ।

Leave A Reply

Your email address will not be published.