ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି-୨୦

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି ଭାରତ- ଦକ୍ଷିଣ ଆଫ୍ରିକା ତୃତୀୟ ଟି-୨୦ ସିରିଜ । ଆଜି ମ୍ୟାଚରେ ଭାରତର କର ବା ମର ପରିସ୍ଥତି । ପ୍ରଥମ ମ୍ୟାଚ ବର୍ଷା ଲାଗି ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଘରୋଇ ଦଳ ଜିତିଥିଲା ।

ବିଜୟ ସହ ଦକ୍ଷିଣ ଆଫ୍ରିକା ୧-୦ରେ ଆଗରେ ରହିଛି । ସିରିଜକୁ ନିଜ ନାଁ ରେ କରିବାକୁ ହେଲେ, ଭାରତକୁ ଆଜି ମ୍ୟାଚ ଜିତିବାକୁ ପଡିବ । ଦ୍ୱିତୀୟ ମ୍ୟାଚରେ ଭାରତ ପ୍ରଥମ ବ୍ୟାଟିଂ କରି ୧୯.୩ ଓଭରରେ ୧୮୦ରନ କରିଥିବା ବେଳେ ବର୍ଷା ବାଧକ ସାଜିଥିଲା । ପରେ ଦକ୍ଷିଣ ଆଫ୍ରିକା ଆଗରେ ଡିଏଲଏସ୍ ଆଧାରରେ ୧୫ଓଭରରେ ୧୫୨ ରନ ଟାର୍ଗେଟ ରଖାଯାଇଥିଲା ।

ଦକ୍ଷିଣ ଆଫ୍ରିକା ୭ବଲ ବାକି ଥାଇ ଏହି ରନ ହାସଲ କରିଥିଲା । ଭାରତ ପକ୍ଷରୁ ରିଙ୍କୁ ସିଂ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଅର୍ଦ୍ଧଶତକ ମାରିଥିବା ବେଳେ ବୋଲିଂରେ ଏତେ ଭଲ ପ୍ରଦର୍ଶନ ଦେଖିବାକୁ ମିଳିନଥିଲା । ତେବେ ଆଜିରେ କିଏ ମାରିବ ବାଜି ତାହା ଉପରେ ସମସ୍ତଙ୍କ ନଜର ।

Leave A Reply

Your email address will not be published.