ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଠକିଦେଲା ୱାନ ଟୁ ୱାନ କମ୍ପାନୀ | ଚାକିରୀ ଦେବା ନା ରେ ବେକାର ଯୁବକ ମାନଙ୍କୁ ଠକିଛି ଏକ ଘରୋଇ ସଂସ୍ଥା ୱାନ ଟୁ ୱାନ କମ୍ପାନୀ| ମୋଟା ଅଙ୍କର ଦରମା ଦେବା ର ପ୍ରଲୋଭନ ଦେଖାଇ କୋରୋନା ଲକଡାଉନ ପରେ କେନ୍ଦ୍ରାପଡ଼ା ପାଟକୁରା ଅଞ୍ଚଳ ର ଅନେକ ଯୁବକ ମାନଙ୍କୁ ଇଲେକ୍ଟ୍ରି ଡିପାର୍ଟମେଣ୍ଟ ରେ ଚାକିରୀ ଦେବାକୁ କହି ଜଣେକା ୩୫ ହଜାର ଟଙ୍କା ଓ କିସାନ କାର୍ଡ ପଞ୍ଚାୟତ କୋଡିନେଟର ର ନକଲି ଆଇ କାର୍ଡ ଦେଇ ଜଣେକା ଦଶ ହଜାର ଟଙ୍କା ଆଦାୟ କରି ଜିଲ୍ଲା ରୁ ପାଖାପାଖି ତିରିଶି ଲକ୍ଷ୍ୟ ଟଙ୍କା ଠକି ନେଇଛନ୍ତି ୱାନ ଟୁ ୱାନ କମ୍ପାନି |
କମ୍ପାନୀ ର ମୁଖ୍ୟ ନିଶ୍ଚିନ୍ତ କୋଇଲି ଅଞ୍ଚଳ ର ଜଣେ ଵ୍ୟକ୍ତି ପ୍ରତାପ ମହାନ୍ତି ନିଜେ ପିଲା ଙ୍କ ଠାରୁ ଟଙ୍କା କଲେକ୍ସନ କରିଥିଲେ |ଦରମା ଦେବାପାଇଁ ଯୁବକ ମାନଙ୍କ ସହ ମଧ୍ୟ ଠକ ପ୍ରତାପ ମହାନ୍ତି ଦରମା ଦେବାକୁ ଏଗ୍ରିମେଣ୍ଟ କରିଥିଲେ | କିଛି ପିଲl ଙ୍କୁ ଏକ ମାସ ନିଜ ସଂସ୍ଥା ମାଧ୍ୟମ ରେ ନିଯୁକ୍ତି ଦେଇ କାର୍ଯ୍ୟ ରେ ଲଗାଇଥିଲେ | ହେଲେ ହଠାତ କମ୍ପାନୀ ନାମରେ ଟଙ୍କା ଆଦାୟ କରି ପ୍ରତାପ ମହାନ୍ତି ଓ ତାଙ୍କ ସହଯୋଗୀ ମାନେ ଚମ୍ପଟ ମାରିଥିଲେ | କମ୍ପାନୀ ଫର୍ଡ ବୋଲି ସମସ୍ତେ ଜାଣି ପାରିଲେ |ଏନେଇ ପୂର୍ବରୁ ପାଟକୁରା ଥାନା ରେ ଏକାଧିକ ଅଭିଯୋଗ ହୋଇଥିଲା |
ପ୍ରତାପ ଙ୍କ ଘର ପାଖରେ ପହଂଚି ଟଙ୍କା ଦେଇ ଥିବା ଯୁବକ ମାନେ ପ୍ରତାପ ଙ୍କୁ କାବୁ କରିଥିଲେ | କିନ୍ତୁ ପୋଲିସ ଙ୍କ ନୀରବତା ପାଇଂ ପ୍ରତାପ ଖସି ଯାଇଥିଲେ | ଶେଷରେ ଠକାମୀ ର ଶିକାର ହୋଇଥବା ଯୁବକ ମାନେ କେନ୍ଦ୍ରାପଡ଼ା କୋର୍ଟ ରେ ପ୍ରତାପ ମହାନ୍ତି ଓ ତାଙ୍କ ସଂସ୍ଥା ନାମ ରେ ଠକେଇ ଅଭିଯୋଗ ରେ ୱାନ ସି ସି କେଶ କରିଛନ୍ତି |