ଓଡ଼ିଶା ଇତିହାସର ଅନ୍ୟତମ ଅନାଲୋଚୀତ ଇତିହାସ ରାଇବଣିଆ ଦୁର୍ଗ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡ଼ିଶା ଇତିହାସର ଅନ୍ୟତମ ଅନାଲୋଚୀତ ଇତିହାସ ରାଇବଣିଆ ଦୁର୍ଗ |  ପୂର୍ବ ଭାରତର ଅନ୍ୟତମ ବିଶାଳ ଓ ସଂସ୍କ୍ରୁତି ସମ୍ପନ୍ନ ପ୍ରଚୀନ ଦୁର୍ଗ | ମହାଭାରତ ସମୟର ମତ୍ସ୍ୟ ରାଜ୍ୟର ରାଜଧାନୀ ବିରାଟ ନଗର  | ପାଣ୍ଡବ ମାନେ ଏଠାରେ ଏକ ବର୍ଷ ଅଜ୍ଞାତ ବାସ କରିଥିଲେ ! ପାଞ୍ଚ ହଜାର ବର୍ଷର ଏହି ପ୍ରଚୀନ ଦୂର୍ଗ ର ଉନ୍ନତି କରଣ ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ଙ୍କ ସହ ଜିଲ୍ଲାପାଳ।

ଜଳେଶ୍ୱର ବ୍ଲକ ରାଇବଣିଆ ଦୁର୍ଗ କେବଳ ଓଡ଼ିଶା ରେ ନୁହେଁ ପୂର୍ବ ଭାରତ ର ସବୁଠୁ ବଡ଼ ଦୁର୍ଗ।ଏହି ଦୁର୍ଗକୁ ନେଇ ଅନେକ ପୌରାଣିକ ଓ ଐତିହାସିକ ଲୋକ କଥା ରହିଛି। ମାତ୍ର ଏହାକୁ ନେଇ ପ୍ରକୃତ ବିଜ୍ଞାନ ସମ୍ମତ ତଥ୍ୟ ଆଜି ପର୍ଯ୍ୟନ୍ତ ଲୁକ୍କାୟିତ ହୋଇ ରହିଛି।ସେଥି ପାଇଁ ରାଜ୍ୟ ସରକାର ଙ୍କ ତରଫ ରୁ ଯୋରଦାର ପ୍ରୟାସ ଆରମ୍ଭ ହୋଇଛି, ଗଡ଼ ଭିତରେ ଥିବା ଜଗନ୍ନାଥ ମନ୍ଦିର ର ପୁନରୁଦ୍ଧାର ପାଇଁ ସରକାର ୪୦ ଲଖ୍ଯ ଟଙ୍କା ଦେଇଥିବା ବେଳେ, ଆଜି ଓଡିଶା ସରକାର ଙ୍କ ଭାଷା ସାହିତ୍ୟ ସଂସ୍କୃତି ଓ ଅବକାରୀ ମନ୍ତ୍ରୀ ଅଶ୍ବନୀ କୁମାର ପାତ୍ର, ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ , ବିଡ଼ିଓ, ତହସିଲଦାର, ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ, ମ୍ଯୂନସିପାଲଟି ଚେୟାରମେନ, ବ୍ଲକ ଚେୟାରମେନ ପ୍ରମୁଖ ଉପସ୍ଥିତ ରହି ବର୍ଣ୍ଣାଢ଼୍ୟ ସମାବେଶରେ ୧୬ କୋଟି ୮୭ ଲଖ୍ଯ ଟଙ୍କା ବ୍ୟୟ ରେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଛି। ଏହାକୁ ନେଇ ଅଞ୍ଚଳ ବାସୀ ନେତୃତ୍ବ ମଣ୍ଡଳୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ତେବେ ରାଇବଣିଆ ଦୁର୍ଗ ର ପୁନରୁର୍ଦ୍ଧାର ପାଇଁ ସ୍ଥାନୀୟ ବିଧାୟକ ତଥା ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଅଶ୍ବନୀ କୁମାର ପାତ୍ର, ଦୀର୍ଘ ଦିନ ଧରି ନିଜର ଆପ୍ରାଣ ଚେଷ୍ଟା କୁ ସାକାର କରିଥିବା ବେଳେ, ଜଳେଶ୍ବର ରେ ବହୁ ଉନ୍ନତି ପାଇଁ ସରକାର ନିଷ୍ପତ୍ତି ନେଇଥିବା ବେଳେ ସମସ୍ତଙ୍କୁ ସହଯୋଗ କରିବାକୁ ଜିଲ୍ଲାପାଳ କହିଥିଲେ। ମନ୍ତ୍ରୀ ପ୍ରଥମେ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେବା ସହିତ,ଖୁବ ଶୀଘ୍ର ଦୂର୍ଗ ର ସୈ।ନ୍ଦର୍ଯ୍ଯ କରଣ ପରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ରେ ସ୍ଥାନ ପାଇବ ବୋଲି କହିଛନ୍ତି।

Leave A Reply

Your email address will not be published.