ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଲେପ୍ରା ସୋସାଇଟି ଦ୍ବାରା ସ୍ବଯତ୍ନ ଶିବିର | ଜାମଦା ବ୍ଲକର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଲେପ୍ରା ସୋସାଇଟି ଏବଂ ଜାମଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ମିଳିତ ସହଯୋଗରେ ୨୫ ଜଣ କୁଷ୍ଠରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ନେଇ ଏକ ସ୍ବଯତ୍ନ ଶିବିର ଅନୁଷ୍ଠିତ ହୋଇଯାଇଛି |
ଏହି ସ୍ବଯତ୍ନ ଶିବିରରେ ଚପଲ ମାପ ନିଆଯିବା ସହିତ ମାଗଣାରେ ଏମ ସି ଆର ଚପଲ ଏବଂ ସ୍ବଯତ୍ନ କିଟ୍ ବଣ୍ଟନ କରାଯାଇଛି | ଏଥି ସହିତ ବଧିରା ହାତ, ପାଦର ଯତ୍ନ ନେବ ପ୍ରଦର୍ଶନ କରି ଦେଖାଇଥିଲେ | ଏହି ସ୍ବଯତ୍ନ ଶିବିରରେ ଲେପ୍ରା ସୋସାଇଟି ର କ୍ଷେତ୍ରକର୍ମୀ ଦୀପକ ପାତ୍ର, ରବୀନ୍ଦ୍ର କୁମାର ଦାସ, ଶ୍ୟାମ ମାଝୀ, ଉପେନ୍ଦ୍ର ସାବାତ୍ ଉପସ୍ଥିତ ରହି ବଧିରା ହାତ, ପାଦର କପରି ଯତ୍ନ ନେବ ସ୍ବାସ୍ଥ୍ୟ ଶିକ୍ଷା ଦେବା ସହିତ ପ୍ରଦର୍ଶନ କରି ଦେଖାଇଥିଲେ |
ଏହି ସ୍ବଯତ୍ନ ଶିବିରରେ ଜାମଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଚିକିତ୍ସା ଅଧିକାରୀ ଦୀପକ ରଞ୍ଜନ ଜେନା , ଯତୀନ କୁମାର ସେଠୀ , ବି ଏନ ଏଲ ଡ୍ଲୁ ମୋଚିରାମ ବାସ୍କେ ଏବଂ ଲେପ୍ରା ସୋସାଇଟି ର ପ୍ରଜେକ୍ଟ ଏସୋସିଏଟ୍ ପ୍ରହଲ୍ଲାଦ ମଙ୍ଗରାଜ ଉପସ୍ଥିତ ରହି କୁଷ୍ଠ ରୋଗର କାରଣ, ଚିକିତ୍ସା ଏବଂ ବଧିରା ହାତ, ପାଦର କିପରି ଯତ୍ନ ନେବ ବୁଝାଇଥିଲେ | ଶେଷରେ ଲେପ୍ରା ସୋସାଇଟିର ପ୍ରଜେକ୍ଟ ଏସୋସିଏଟ୍ ପ୍ରହଲ୍ଲାଦ ମଙ୍ଗରାଜ ଲେପ୍ରା ସୋସାଇଟି ଦ୍ବାରା ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକ ରେ କୁଷ୍ଠ ରୋଗ, ପାଇଲେରିଆ ରୋଗ ଉପରେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରି ସ୍ବଯତ୍ନ ଶିବିରକୁ ସଫଳ ରୂପାୟନ କରିଥିଲେ |