ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ଭାରତ ନ୍ୟାୟ ଯାତ୍ରା’ କରିବେ। ଗତ ବର୍ଷ ସେପ୍ଟେମ୍ବରରୁ ଚଳିତ ବର୍ଷ ଜାନୁୟାରୀ ୧୪ପର୍ଯ୍ୟନ୍ତ ଭାରତ ଯୋଡୋ ଯାତ୍ରା କରିବା ପରେ ବର୍ତ୍ତମାନ ରାହୁଲ ଏହି ନୂଆ ଯାତ୍ରା କରିବାକୁ ଯାଉଛନ୍ତି। ଲୋକଙ୍କୁ ସାମାଜିକ ତଥା ଅର୍ଥନୈତିକ ନ୍ୟାୟ ଦେବା ପାଇଁ ‘ଭାରତ ନ୍ୟାୟ ଯାତ୍ରା’ କରାଯାଉଛି। ଆଉ ଏହି ଅବସରରେ ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ।

ଏନେଇ କଂଗ୍ରେସ ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ସୂଚନା ଦେଇଛନ୍ତି। ତେବେ ଓଡ଼ିଶାର କେଉଁ ସ୍ଥାନକୁ ରାହୁଲ ଆସବେ, ତାହା ସ୍ପଷ୍ଟ ହୋଇନାହିଁ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ଯାତ୍ରା ମଣିପୁରରୁ ଆରମ୍ଭ କରି ମୁମ୍ବାଇରେ ଶେଷ କରିବେ। ୬୨୦୦କିମିର ଏହି ଯାତ୍ରା ଆସନ୍ତା ଜାନୁଆରୀ ୧୪ରୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ ଏହି ଯାତ୍ରା। ଏହି ଯାତ୍ରାରେ ୧୪ରାଜ୍ୟର ୮୫ଟି ଜିଲ୍ଲା ବୁଲିବେ ରାହୁଲ ଗାନ୍ଧୀ। ଏହି ଯାତ୍ରାରେ ସେ ଚାଲିବା ସହ ବସରେ ବି ଯାତ୍ରା କରିବେ।

ଭାରତ ନ୍ୟାୟ ଯାତ୍ରାରେ ରାହୁଲ ମଣିପୁର, ନାଗଲାଣ୍ଡ, ଆସାମ, ମେଘାଳୟ,ପଶ୍ଚିମବଙ୍ଗ,ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଛତିଶଗଡ଼,ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ ଓ ମହାରାଷ୍ଟ୍ର ଯିବେ। ଆସନ୍ତାକାଲି କଂଗ୍ରେସ ଦଳର ୧୩୮ତମ ପ୍ରତିଷ୍ଠା ଦିବସ ନାଗପୁରରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ଯାତ୍ରା କରୁଥିବା ପ୍ରଦେଶର ପିସିସି ସଭାପତିଙ୍କ ସହ ରଣନୀତି ପ୍ରସ୍ତୁତ ହେବ। ପୂର୍ବରୁ ରାହୁଲ ଗାନ୍ଧୀ ୫ମାସ ଧରି କନ୍ୟାକୁମାରୀରୁ କାଶ୍ମୀର ଭାରତ ଯୋଡ଼ ଯାତ୍ରା କରିଥିଲେ।

Leave A Reply

Your email address will not be published.