ଯୁବ ଓଡିଶା ନବୀନ ଓଡିଶା କ୍ରୀଡା କ୍ରିକେଟ ପ୍ରତିଯୋଗିତା ରେ ମା ଥାନାପତି ଦଳ ବିଜୟୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):   ଯୁବ ଓଡିଶା ନବୀନ ଓଡିଶା ଉଦ୍ୟମରେ କେନ୍ଦ୍ରାପଡ଼ା ପୌରସଂସ୍ଥା ଦ୍ୱାରା ଆୟୋଜିତ ଦୁଇ ଦିନିଆ କ୍ରିକେଟ ପ୍ରତିଯୋଗିତା କେନ୍ଦ୍ରାପଡ଼ା ସରକାରୀ ବଏଜ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହୋଇଯାଇଛି I

ଆଜି ତାହାର ଅନ୍ତିମ ଦିବସ ଥିବାରୁ ମୁଖ୍ୟ ଅତିଥି କେନ୍ଦ୍ରାପଡ଼ା ବିଧ୍ୟାୟକ ଶ୍ରୀ ଶଶୀଭୁଷଣ ବେହେରା, ପୌରାଅଦକ୍ଷା ଶ୍ରୀମତୀ ସରିତା ସାହୁ, ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ବିଶ୍ୱାଳ, ଉପାଦକ୍ଷ ଆକବରୀ ଖାତୁନ, କାଉଁସିଲର ସେକ ଆସଲମ, ପୂର୍ବତନ କାଉଁସିଲର ହିରଣ୍ୟ ପଣ୍ଡା, ପୂର୍ବତନ କାଉଁସିଲର ବିଜୟ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ I ଏହି ଖେଳ ପ୍ରତିଯୋଗିତା କୁ ସାନ୍ଧ୍ୟା ମହାବିଦ୍ୟାଳୟ ଖେଳ ଶିକ୍ଷକ ଦେବେନ୍ଦ୍ର କିଶୋର ସାହୁ ପରିଚାଳନା କରିଥିବା ବେଳେ ମନୋଜ କୁମାର ଦାସ, ପଙ୍କଜ ଦାସ ସହଯୋଗ କରିଥିଲେ I

ପ୍ରତିଯୋଗିତା ରେ ଆଠଟି କ୍ରିକେଟ ଦଳ ଅଂଶଗ୍ରହଣ କରିଥିଲା ବେଳେ ସେଥି ମଧ୍ୟରୁ ଚାରୋଟି ଦଳ -ମା ଥାନାପତି ୧, KWCA,ବାବା ଇଲେଭେନ ଓ ମା ଥାନାପତି ୨ ସେମି ଫାଇନାଲ କୁ ଉତୀର୍ଣ୍ଣ ହୋଇଥିଲେ I ଚିତାକର୍ଷକ ଖେଳ ଦେଖାଇ ମା ଥାନାପତି ୧ ଏବଂ ମା ଥାନାପତି ୨ ଫାଇନାଲ କୁ ଉତୀର୍ଣ୍ଣ ହୋଇଥିଲେ I ଫାଇନାଲ ମ୍ୟାଚ ରେ ମା ଥାନାପତି ୧ ମା ଥାନାପତି ୨ କୁ ପରାସ୍ତ କରି ବିଜୟୀ ହୋଇଥିଲା I ଯୁବ ଓଡିଶା ନବୀନ ଓଡିଶା ପକ୍ଷରୁ ବିଜେତା ଦଳକୁ 20,000 ହଜାର ଟଙ୍କା ଅର୍ଥ ରାଶି ଦିଆଯାଇଥିବା ବେଳେ ଉପ ବିଜେତା ଦଳକୁ 15,000 ହଜାର ଟଙ୍କା ଅର୍ଥ ରାଶି ଦିଆଯାଇଥିଲା I ସେମିଫାଇନ କୁ ଉତୀର୍ଣ୍ଣ ହୋଇଥିବା ଅନ୍ୟ ଦୁଇଟି ଦଳ କୁ 10,000 ହଜାର ଲେଖାଏଁ ସାନ୍ତନା ମୂଳକ ଅର୍ଥ ରାଶି ଅତିଥି ମାନଙ୍କ ଦ୍ୱାରା ପ୍ରଦାନ
କରାଯାଇଥିଲା I

Leave A Reply

Your email address will not be published.