କରଞ୍ଜିଆ ଠାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉଦ୍ଦେଶ୍ୟରେ ଅକ୍ଷତ ଚାଉଳ ଓ ନିମନ୍ତ୍ରଣପତ୍ର ନ୍ତ୍ରଣପତ୍ର ବଣ୍ଟନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କରଞ୍ଜିଆ ଠାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉଦ୍ଦେଶ୍ୟରେ ଅକ୍ଷତ ଚାଉଳ ଓ ନିମନ୍ତ୍ରଣପତ୍ର ନ୍ତ୍ରଣପତ୍ର ବଣ୍ଟନ | ଅଯୋଧ୍ୟାରେ ନୂତନ ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ନୂତନ ବିଗ୍ରହର ପ୍ରାଣ ପ୍ରତିଷ୍ଠା ନେଇ ଅକ୍ଷତ ଚାଉଳ ଓ ନିମନ୍ତ୍ରଣପତ୍ର ବଣ୍ଟନ ଅନୁଷ୍ଠିତ ହୋଇଛି।

ଅଯୋଧ୍ୟାରୁ ଆସିଥ‌ିବା ଅକ୍ଷତ ଚାଉଳ ବିଶ୍ଵହିନ୍ଦୁ ପରିଷଦ ପକ୍ଷରୁ ଆଜି କରଞ୍ଜିଆ ଦୋଳ ପଡିଆ ନିକଟରେ ଥିବା ସତ୍ୟନାରାୟଣ ମନ୍ଦିରରେ ଅକ୍ଷତ କଳସକୁ ସ୍ବାଗତ କରାଯିବା ପରେ କରଞ୍ଜିଆ ନଗର ପରିକ୍ରମା କରିସତ୍ୟନାରାୟଣ ମନ୍ଦିର ଠାରେ ପହଂଚି ସେଠାରେ ସୂର୍ଯ୍ୟ ପୂଜା, ଗୋ ପୂଜା, ଘୃତ ଯଜ୍ଞ, ଜ୍ଞାନ ଯଜ୍ଞ ଓ ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଥିଲା |କରଞ୍ଜିଆ ସହର ପାଇଁ ଅକ୍ଷତ କଳସ, ଚାଉଳ, ରାମ ମନ୍ଦିରର ସ୍ବରୂପ ଫଟୋଚିତ୍ର ତଥା ନିମନ୍ତ୍ରଣ ପତ୍ରକୁ ସମସ୍ତ ହିନ୍ଦୁ ପରିବାରରେ ବଣ୍ଟନ ଉପଲକ୍ଷେ ବିଶ୍ଵହିନ୍ଦୁ ପରିଷଦର ପ୍ରଖଣ୍ଡ ସ୍ତରୀୟ କର୍ମକର୍ତ୍ତାଙ୍କୁ ହସ୍ତାନ୍ତର କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ସୃତି ରଞ୍ଜନ ମହାନ୍ତ,କୃପାସିନ୍ଧୁ ମହାନ୍ତ, ଆଶିଷ ମହାନ୍ତ, ନୁନା ମିଶ୍ର, ଯୁଗଳ କିଶ୍ବର ନାଏକ, ମଦନ ମହାନ ମହାନ୍ତ, ମୋନଜ ମହାନ୍ତ, ସୁନାମଣୀ ହୋ, ପୁଷ୍ପାଞ୍ଜଳି ସିଧୁ, ଜଶ୍ନନାରାଣୀ ମହାନ୍ତ, ନିହାରିକା ଦାସଙ୍କ ସହିତ ବହୁ ରାମ ଭକ୍ତ ମାନେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା |ତେବେ ଏହି ସାମଗ୍ରୀ ସମସ୍ତ ହିନ୍ଦୁ ପରିବାରକୁ ଜାନୁଆରୀ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ବଣ୍ଟନ କରାଯିବ ବୋଲି ଜଣା ପଡିଛି |

Leave A Reply

Your email address will not be published.