ସର୍ବ ଭାରତୀୟ ୭୦ ତମ ସମବାୟ ସପ୍ତାହ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୭୦ ତମ ସର୍ବ ଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ ଆଜି ଗଡବାନ୍ଧଗୋଡା ସମିତି ପକ୍ଷରୁ ସମବାୟ ସପ୍ତାହ ପାଳନ ହୋଇଛି। ସମିତି ସଭାପତି ଦେବପ୍ରିୟ ପାତ୍ରଙ୍କ ସଂଯୋଜନାରେ ମୂଖ୍ଯ ଅତିଥି ଭାବେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର,ଏଆର ଏସଏସ୍ ,ଅଜୟକୁମାର ସେଠୀ, ୧୨ ନମ୍ବର ଜିଲ୍ଲାପରିଷଦ ସଭ୍ଯ ସଂଜୟ ସେଠୀ,ସରପଞ୍ଚ ଶଶୀକାନ୍ତ ଜେନା,ସମିତି ସଭ୍ଯ ବିଜୟ ଜେନା,ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ମନୋରଂଜନ ଦେଓ, ଦେବଦତ୍ତ ନାୟକ, ଉପ ସଭାପତି ଟିକନ ରାଉତ ପ୍ରମୂଖ ଉପସ୍ଥିତ ରହି ସମବାୟ ସପ୍ତାହ ପାଳନର ମୂଳ ଲକ୍ଷ୍ଯ ଓ ଉଦ୍ଦେଶ୍ଯ ସମ୍ପର୍କରେ ଆଲୋକପାତ କରିଥିଲେ।

ସରକାରଙ୍କ ପକ୍ଷରୁ ସମବାୟ ସମିତି ମାଧ୍ଯମରେ ଦିଆ ଯାଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ଏହାର ସଦୁପଯୋଗ କରିବାକୁ ଜନ ସାଧାରଣ ମାନଙ୍କୁ ଆହ୍ବାନ ଦେଇଥିଲେ। ସମିତି ମାଧ୍ଯମରେ କୁକୁଡା,ବତକ,ପୋଖରି ଖନନ ସହିତ ମାଛ ଚାଷ ,ଜନୌଷଧି, ଗ୍ଯାସ ଏଜେନ୍ସି ପ୍ରଭୁତି ଋଣ ନେଇ ସ୍ବାବଲମ୍ବି ହେବାକୁ ପରାମର୍ଶ ଦିଆଯାଇଥିଲା।ଏତତ୍ ବ୍ଯତିତ ଜେଏଲଜି ଗୃପ ଗଠନ କରାଯାଇ ନାମମାତ୍ର ବା ଭୂମିହୀନ ଚାଷି ମାନଙ୍କୁ ବଳରାମ ଯୋଜନାରେ ସର୍ବାଧିକ ୧ ଲକ୍ଷ ୬୦ ହଜାର ଟଙ୍କା ପର୍ଯ୍ଯନ୍ତ ସମିତି ପକ୍ଷରୁ ଋଣ ପ୍ରଦାନ ବ୍ଯବସ୍ଥା ଥିବା ସୂଚନା ଦିଆଯାଇଥିଲା।

ସମବାୟ ସମିତି ପକ୍ଷରୁ ଗତ ୧୫ ତାରିଖ ଠାରୁ ସପ୍ତାହ ବ୍ଯାପି ଡାକବାଜୀ ଯନ୍ତ୍ର ମାଧ୍ଯମରେ ସମିତି ରୁ ମିଳୁଥିବା ବିଭିନ୍ନ ସଫଳ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବା ସହ ନୂତନ ସଭ୍ଯ ଗ୍ରହଣ , ପୁରାତନ ଲୋନି ଙ୍କୁ ଚିହ୍ନଟ କରି ନୂତନ ଲୋନ ପ୍ରଦାନ କରିବାକୁ ସମିତି ପକ୍ଷରୁ ବ୍ଯବସ୍ଥା କରାଯାଇଥିବା ସୂଚନା ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.