ହାଟଡ଼ିହି କଲେଜ ୧୯୯୫ବ୍ୟାଚ ଛାତ୍ରଛାତ୍ରୀ ଙ୍କ ବନ୍ଧୁ ମିଳନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବନ୍ଧୁ ଏପରି ଏକ ଶବ୍ଦ ଯାହା ରକ୍ତର ସମ୍ପର୍କ ଠାରୁ ଅଧିକ କ୍ରିୟାଶୀଳ, ଯାହା ନିଜ ପରିବାର ଲୋକଙ୍କ ଠାରୁ ମଧ୍ୟ ଅଧିକ ବୋଲି ହାଟଡ଼ିହି କଲେଜ ୧୯୯୫ବ୍ୟାଚ ଛାତ୍ରଛାତ୍ରୀ ଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଯୋଗଦେଇ ଛାତ୍ରଛାତ୍ରୀ ମାନେ ମତବ୍ୟକ୍ତ କରିଛନ୍ତି।

ଚଣ୍ଡୀ ପ୍ରସାଦ ରାଉତ ଓ ଜ୍ୟୋତ୍ସନାମୟୀ ପହିଙ୍କ ସଂଯୋଜନାରେ ଗଡ଼ଚଣ୍ଡୀ ପୀଠ ଠାରେ ଅନୁଷ୍ଠିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଦୀର୍ଘ ୨୫ବର୍ଷ ପରେ ଦିଲ୍ଲୀ, ରାଉରକେଲା, ସମ୍ବଲପୁର, କୋରାପୁଟ ଆଦି ଦୂର ଦୁରନ୍ତାରେ ଅବସ୍ଥାପିତ ଥିବା ସହପାଠୀ ମାନେ ଗଡ଼ଚଣ୍ଡୀ ପୀଠ ଠାରେ ନିଜ ନିଜର ପରିବାର ଲୋକଙ୍କ ସହିତ ଏକତ୍ରିତ ହୋଇ ଭାବର ଆଦାନ ପ୍ରଦାନ କରିବା ସହିତ ଆଗାମୀ ଦିନରେ ସମସ୍ତଙ୍କ ଶୁଖ ଦୁଃଖରେ ଭାଗିଦାର ହେବାକୁ ଶପଥ ନେଇଥିଲେ।

ଏଥିରେ ଜ୍ଞାନ ରଞ୍ଜନ ସାମନ୍ତସିଂହାର, ଅନନ୍ତ ପହି, ପରମେଶ୍ୱର ମଲ୍ଲିକ, ନାରାୟଣ ମହାନ୍ତି, ଗଗନ ସାମଲ, ବିବେକାନନ୍ଦ ସ୍ୱାଇଁ, ଜ୍ୟୋତ୍ସନାମୟୀ ସାହୁ, ମନୋରଞ୍ଜନ ମହାପାତ୍ର, ନିରୁପମା ଜେନା, ଅନିରୁଦ୍ଧ ବିଶ୍ୱାଳ, ଚିତ୍ତରଞ୍ଜନ ସାମଲ, ଉମାକାନ୍ତ ଜେନା, ପରେଶ ଜେନା, ପିଙ୍କି ନାୟକ, ବିଜୟଲକ୍ଷ୍ମୀ ଘଡେଇ, ବିନତା ଜେନା, ନରେନ୍ଦ୍ର ସାହୁଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ ସହପାଠୀ ସାମିଲ ହୋଇଥିଲେ।

Leave A Reply

Your email address will not be published.