ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋରାପୁଟ ଜିଲ୍ଲାର ଆଦିବାସୀ ଝିଅ ସୁମନ ଖିଲ ତେଲୁଗୁ ଫିଲ୍ମୀ ଜଗତରେ ପାଦ ଦେଇ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି । ତାଙ୍କ ଅଭିନୀତ ପ୍ରଥମ ତେଲେଗୁ ପିଳ୍ମୀ ମଙ୍ଗଲବାରମ ନିକଟରେ ୫ଟି ଭାଷାରେ ରିଲିଜ ହୋଇଛି । ଆଉ ସୁମନଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରୁଛନ୍ତି ।
ସେମିଳିଗୁଡା ସହର ତଳ ସାହିର ଗାଦବା ସଂପ୍ରଦାୟର ଜଣେ ଉଚ୍ଚ ଶିକ୍ଷୀତ ଆଦିବାସୀ ଝିଅ ସୁମନ ରାଜ୍ୟ ବାହାରେ ଫିଲ୍ମୀ ଜଗତରେ ପାଦ ଥାପି ନିଜର ସ୍ୱତନ୍ତ୍ର ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେବେ ଦିର୍ଘ ୬ ମାସ ପରେ ସେ ନିଜ ଘରକୁ ଫେରିବାରୁ ଶୁଭେଚ୍ଚୁ,ସଂପକୀୟ ଏବଂ ପରିବାର ଲୋକେ ତାଙ୍କୁ ପାଛୋଟି ନେଇ ଉତ୍ସବ ମନାଇଛନ୍ତି ।
ସୂଚନା ଥାଉ ସୁମନ ସେମିଳିଗୁଡା ସ୍ଥିତ ନେତାଜୀ ଇଂରାଜୀ ମିଡିୟମ ରେ ଦଶମ ପରେ ଶ୍ରୀତମ ଇଞ୍ଜିନିୟରିଂ କଲେଜରେ ବିଟେକ ଏହାପରେ ଭୂବନେଶ୍ୱର ସ୍ଥିତ ଏନଆଇଏଫଡିରେ ଫେସନ ଡିଜାଇନ ଓ ମଡେଲିଙ୍ଗରେ ଶିକ୍ଷା ଗ୍ରହଣ କରିଛନ୍ତି । ପୂର୍ବରୁ ମିସ ପ୍ରେଟି ଓଡିଶା,ମିସ ସପୋର୍ଟ ଓଡିଶା ଟାଇଟଲର ବିଜେତା ମଧ୍ୟ ହୋଇଛନ୍ତି । ଚଳିତବର୍ଷ ଅଭୟ ଭୂପତିଙ୍କ ନିର୍ଦ୍ଦେଶିତ ମଙ୍ଗଲବାରମ ରେ ସୁମନ ଜଣେ ପୁରୋହିତଙ୍କ ପତ୍ନି ଭୂମିକାରେ ଅତି ସୁନ୍ଦର ଅଭିନୟ କରିଛନ୍ତି ।
ଆଗକୁ କୋରାପୁଟ ଜିଲ୍ଲାର ପିଲାଙ୍କୁ ତାଲିମ ଦେବା ସହ କୋରାପୁଟ ଅଞ୍ଚଳର ପ୍ରଚାର ପ୍ରସାର ଦିଗରେ କାମ କରିବେ ବୋଲି କହିଛନ୍ତି । ଦୀର୍ଘଦିନ ପରେ ଘରକୁ ଆସିଥିବାରୁ ତାଙ୍କୁ ସେମିଳିଗୁଡାର ଅଧିଷ୍ଠାତ୍ରୀ ଦେବୀ ଗାଁଗାମା ମନ୍ଦିର ଠାରୁ ପାଛୋଟି ନେଇଥିଲେ ହେଲେ ତାଙ୍କର ସଫଳତାର ପଛରେ ଶ୍ରେୟ ତାଙ୍କ ମା ଙ୍କୁ ଦେଇଛନ୍ତି ।