ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଡ଼ମ୍ବା ଗସ୍ତରେ ମହାମହିମ ରାଜ୍ୟପାଳ।ପ୍ରସିଦ୍ଧ ଶୈବପୀଠ ସିଂଘନାଥ ମନ୍ଦିର ଦର୍ଶନ କରିବା ସହ ବଡମ୍ବା କଲେଜର ବାର୍ଷିକ ଉତ୍ସବରେ ଯୋଗଦାନ କଲେ | ଓଡ଼ିଶାର ମହା ମହିମ ରାଜ୍ୟପାଳଙ୍କ କଟକ ଜିଲ୍ଲା ବଡ଼ମ୍ବା ଗସ୍ତ।ବଡ଼ମ୍ବା ଗସ୍ତରେ ଆସି ମହା ମହିମ ପ୍ରଥମେ ବଡମ୍ବାର ପ୍ରସିଦ୍ଧ ଶୈବପୀଠ ବାବା ସିଂହନାଥଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ।
ବଡମ୍ବାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ | ଆଜି ପୂର୍ବାହ୍ନ ସମୟରେ ଐତିହାସିକ ଶୈବପୀଠ ସିଂଘନାଥ ମନ୍ଦିର ଦର୍ଶନ କରିବା ସହ ମନ୍ଦିରର ଚିତ୍ରକଳା କାରୁକାର୍ଯ୍ୟ ଓ ପାରିପାର୍ଶ୍ୱିକ ମନୋରମ ପରିବେଶ ଉପଭୋଗ କରିବା ସହ ସେବାୟତଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।ପରେ ବଡ଼ମ୍ବା ମୋହନ ସୁବୁଦ୍ଧି ମହାବିଦ୍ୟାଳୟର 61 ତମ ବାର୍ଷିକ ଉତ୍ସବରେ ଯୋଗ ଦେଇ ନିଜର ଅଭିଭାଷଣ ରଖିବା ସହିତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ବଡ଼ମ୍ବା ବିଧାୟକ ଶ୍ରୀଯୁକ୍ତ ଦେବୀପ୍ରସାଦ ମିଶ୍ର ବାର୍ଷିକ ଉତ୍ସବର ମୁଖ୍ୟ ପୁରୋଧା ଥିବା ବେଳେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟବକ୍ତା ଓ କଟକ ସାଂସଦ ଭର୍ତ୍ତୃହରି ମହତାବ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।
ସେଠାରୁ ମହାମହିମ ବଡ଼ମ୍ବା ବ୍ଲକ ଅନ୍ତର୍ଗତ ବିରବରପୁର ଯାଇ ବୁଣାକାର ମାନେ ନିଜ ହାତରେ ତିଆରି କରିଥିବା ବିଭିନ୍ନ ପ୍ରକାର ତନ୍ତ କାର୍ଯ୍ୟ ବୁଲି ଦେଖିଥିଲେ।ବୁଣାକାର ମାନଙ୍କ ସହିତ ଭେଟ ହୋଇ ସେମାନଙ୍କର ସମସ୍ୟା ବୁଝିବା ପରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ବୁଣାକାର ମାନଙ୍କୁ ଯୋଗାଇ ଦେଉଥିବା ସହାୟତା ସମ୍ବନ୍ଧରେ ବୁଝାଇ କହିଥିଲେ।