ଗାୟିକାଙ୍କ କଲେ ପ୍ରଂଶସା ପ୍ରଧାନମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ‘ରାମ ଆଏଙ୍ଗେ’ ଭଜନ ଗାଇଥିବା କଣ୍ଠଶିଳ୍ପୀ ସ୍ବାତୀ ମିଶ୍ରାଙ୍କ ଫ୍ୟାନ ହେଲେ ପ୍ରଧାନମନ୍ତ୍ରୀ । ଆଯୋଧ୍ୟାରେ ଚଳିତ ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ମନ୍ଦିରକୁ ନେଇ ସାରା ଦେଶରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି ।

ଏହାରି ମଧ୍ୟରେ ରାମ ମନ୍ଦିରକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭଜନ ଗୀତ ‘ମେରି ଝପୋଡି କେ ଭାଗ ଆଜ ଖୁଲ ଜାଏଙ୍ଗେ, ରାମ ଆଏଙ୍ଗେ ରାମ ଆଏଙ୍ଗେ’ ଖୁବ ଭାଇରାଲ ହେବାରେ ଲାଗିଛି । ଏମିତିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଭଜନର ଫ୍ୟାନ ହୋଇଛନ୍ତି । ପିଏମ୍ ନିଜେ ଏହି ଗୀତକୁ ସୋସିଆଲ ମିଡିଆରେ ସେୟାର କରି ଗାୟିକାଙ୍କ ଖୁବ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଏହି ଭଜନ ସେୟାର କରି ଲେଖିଛନ୍ତି, ”ଶ୍ରୀ ରାମଲାଲାଙ୍କ ସ୍ବାଗତରେ ସ୍ବାତୀ ମିଶ୍ରାଙ୍କ ଭକ୍ତିରେ ଭରା ଏହି ଭଜନ ମନ୍ତ୍ରମୁଗ୍ଧ କରୁଛି ।” ମୋଦି ଏହି ଭଜନଟି ସେୟାର କରି ଗାୟିକାଙ୍କୁ ଖୁବ ପ୍ରଶଂସା କରିଛନ୍ତି । ଏହି ଭଜନକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଅଶ୍ବିନୀ କୁମାର ଚୋବେ ଏବଂ ୟୁପି ସିଏମ ଯୋଗୀ ଆଦିତ୍ୟନାଥ ମଧ୍ୟ ନିଜ ସୋସଇାଲ ମିଡିଆରେ ସେୟାର କରିଛନ୍ତି । ତେବେ ସ୍ବାତୀ ମିଶ୍ରଙ୍କ ଏହି ଭଜନକୁ ୟୁଟ୍ୟୁବରେ ଲଞ୍ଚ କରାଯାଇଥିବା ବେଳେ ଏହାକୁ ଏବେ ସୁଦ୍ଧା ୪ କୋଟିରୁ ଅଧିକ ଭ୍ୟୁ ମିଳିସାରିଲାଣି ।

Leave A Reply

Your email address will not be published.