ପଞ୍ଚାୟତ ଫଳାଫଳ: ପ୍ରଥମ ପର୍ଯ୍ୟାୟରେ ବିଜୟୀ ବିଜେଡ଼ି, ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ଗଣତି

0

ଓଡ଼ିଆ ନ୍ୟୁଜ୍(ବ୍ତୁରୋ):  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି ଆରମ୍ଭ ହୋଇଛି।ଆଜି ୩୦୬ଟି ଜିଲ୍ଲା ପରିଷଦ ଜୋନରେ ଭୋଟ୍ ଗଣତି ଚାଲିଛି । ଗତକାଲି ୩୧୫ଟି ଜିଲ୍ଲା ପରିଷଦ ଆସନ ଗଣତି ହୋଇଥିଲା, ୩୧୫ ମଧ୍ୟରୁ ୨୫୬ ଜିଲ୍ଲା ପରିଷଦର ଫଳାଫଳ ଘୋଷିତ ହୋଇଛି। ଏଥିମଧ୍ୟରୁ ୨୩୦ରେ ବିଜେଡି, ୧୦ଟିରେ ବିଜେପି ଓ କଂଗ୍ରେସ ୧୨ଟି ଜୋନରେ ବିଜୟୀ ହୋଇଥିବା ଜଣାପଡିଛି। ଗତ ୨୦୧୭ ନିର୍ବାଚନ ତୁଳନାରେ ଚଳିତ ଥର ବେଶ୍ ଭଲ ପ୍ରଦର୍ଶନ କରିଛି ବିଜେଡି। ପ୍ରଥମ ଦିନ ଜିଲ୍ଲା ପରିଷଦର ଗଣତିରେ ବିଜେଡି ଅନେକ ସ୍ଥାନରେ ବାଜି ମାରିଛି। ବିଜେଡ଼ି ସବୁଠାରୁ ଭଲ ପଦର୍ଶନ କରିଛି ଯାଜପୁର ଜିଲ୍ଲାରେ। ୧୦ରୁ ୧୦ ଆସନ ପୋଛି ନେଇଛି ବିଜେଡ଼ି।

ଯାଜପୁର ଜିଲ୍ଲାର ଗତକାଲି ଗଣତି ହୋଇଥିବା ସମସ୍ତ ୧୦ ଟି ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟ ଗଣତି ଯାଜପୁର ଜିଲ୍ଲାର ୧୦ ଜୋନକୁ ନେଇ ହୋଇଥିଲା। ଏଥିରେ ବିଜେଡି ସମସ୍ତ ୧୦ଟି ଯାକ ଜୋନରେ ଜିତିଥିବା ପ୍ରଶାସନିକ ଘୋଷଣା ହୋଇଛି।

କୋରେଇ-ଜୋନ(୧)ରୁ ସସ୍ମିତା ତରାଇ, ଦଶରଥପୁର-ଜୋନ(୪)ରୁ ପାର୍ଥସାରଥୀ ମହାପାତ୍ର, ଦାନଗଦି-ଜୋନ(୮)ରୁ ସ୍ମତିରାଣୀ ରାଉତ, ଧର୍ମଶାଳା-ଜୋନ(୧୧)ରୁ ସୁଧାଂଶୁ ଭୂଷଣ ସାହୁ, ବଡ଼ଚଣା-ଜୋନ(୧୬)ରୁ ଯତିନ୍ଦ୍ର ପ୍ରସାଦ ନାୟକ, ବରୀ-ଜୋନ(୨୧)ରୁ ଅଶୋକ କୁମାର ସାମଲ, ବିଂଝାରପୁର-ଜୋନ(୨୫)ରୁ ଅହଲ୍ୟା ସ୍ବାଇଁ, ଯାଜପୁର-ଜୋନ(୨୯)ରୁ ପ୍ରେମାନନ୍ଦ ଜେନା, ରସୁଲପୁର-ଜୋନ(୩୩)ରୁ ଶିଶିର କୁମାର ମହାନ୍ତି ଓ ସୁକିନ୍ଦା-ଜୋନ(୩୭)ରୁ ଜେମା ଚାଖୀ ଆଦି ବିଜେଡି ପ୍ରାର୍ଥୀମାନେ ଜୟଯୁକ୍ତ ହୋଇଛନ୍ତି।

ଚଳିତ ପଞ୍ଚାୟତ ନିର୍ବାଚନରେ ସବୁ ଦଳ ଦାବି କରିଥିଲେ ଯେ ଗତ ପଞ୍ଚାୟତ ତୁଳନାରେ ତୁଳନାରେ ବେଶ୍ ଭଲ କରିବେ। ତେବେ ୮୯ ପ୍ରତିଶତ ଆସନରେ ଆଗରେ ରହି ବିଜୁ ଜନତା ଦଳ ଆଗରେ ରହିଛି। ଦୁଇ ନମ୍ବର ସ୍ଥାନରେ ବିଜେପି ରହିଛି।  ତୃତୀୟ ସ୍ଥାନରେ କଂଗ୍ରେସ ରହିଛି। ଯାହା ପ୍ରମାଣିତ କରିଛି ଯେ ବିଜୁ ଜନତା ଦଳକୁ କେହି ଟକ୍କର ଦେଇ ଆଗକୁ ଯାଇପାରିବେ ନାହିଁ।

 

Leave A Reply

Your email address will not be published.