ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଇସ୍ରୋ ଲଞ୍ଚ୍ କରିବ ଭାରତର ସବୁଠୁ ଆଡଭାନ୍ସଡ୍ ସାଟେଲାଇଟ୍ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ୱନ ସ୍ପେସ ସେଣ୍ଟରରୁ ଆଜି ସନ୍ଧ୍ୟା 5.35 ସୁଦ୍ଧା GSLV F14 ସ୍ପେଶକ୍ରାପ୍ଟ ସାହାଯ୍ୟରେ ଏହି ସାଟେଲାଇଟକୁ ଉତକ୍ଷେପଣ କରାଯିବ । ଏହି ଉପଗ୍ରହ ଉନ୍ନତ ପାଣିପାଗର ପୂର୍ବାନୁମାନ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମ୍ବନ୍ଧୀୟ ଚେତାବନୀ ଯୋଗାଇବାରେ ସାହାଯ୍ଯ କରିବ । ସ୍ୱଦେଶୀ କ୍ରାୟୋ ଷ୍ଟେଜ୍ର ଏହା ୭ମ ଅପରେସନାଲ୍ ଉଡ଼ାଣ ହେବ । ଭୂପୃଷ୍ଠ, ସମୁଦ୍ର, ପାଣିପାଗ ଓ ଆପାତକାଳ ସିଗ୍ନାଲ ସିଷ୍ଟମ୍ର ତଥ୍ୟ ପ୍ରଦାନ କରିବା ଏହି ଉପଗ୍ରହର ମୁଖ୍ୟ ଉଦ୍ଦେଶ୍ୟ ।
INSAT-3DS ପାଣିପାଗ ସମ୍ୱନ୍ଧୀୟ ଏକ ସାଟେଲାଇଟ ଅଟେ । ଯାହା ଉତକ୍ଷେପଣ ପରେ ଭୂବିଜ୍ଞାନ ମନ୍ତ୍ରାଳୟ ସମେତ ବିଭିନ୍ନ ବିଭାଗ ଯଥା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି), ଜାତୀୟ ସମୁଦ୍ର ପ୍ରାଦୌଗିକୀ ସଂସ୍ଥା (ଏନଆଇଓଟି), ଜାତୀୟ ମଧ୍ୟମ ଅବଧି ପାଣିପାଗ ପୂର୍ବାନୁମାନ କେନ୍ଦ୍ର ଓ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବା କେନ୍ଦ୍ରକୁ ସେବା ଯୋଗାଇବ । ଏହି ସାଟେଲାଇଟରେ ଯିବାକୁ ଥିବା ରକେଟରେ ଇମେଜ ପେଲୋଡ, ସାଉଣ୍ଡର ପେଲୋଡ୍, ଡାଟା ରିଲେ ଟ୍ରାନ୍ସପୋଣ୍ଡର ଓ ସାଟେଲାଇଟ ଏଡେଡ୍ ସର୍ଚ୍ଚ ଆଣ୍ଡ୍ ରେସ୍କ୍ୟୁ ଟ୍ରାନ୍ସପୋଣ୍ଡର ପଠାଯିବ । ଏହାର ବ୍ୟବହାର କୁହୁଡି, ବାଦଲ, ବର୍ଷା, ବରଫ, ଧୂଆ, ନିଆଁ, ମାଟି, ସମୁଦ୍ର ଉପରେ ଅଧ୍ୟୟନ କାମରେ ଆସିବ ।
INSAT-3DSରେ ଡାଟା ରିଲେ ଟ୍ରାନ୍ସପୋଣ୍ଡର(DRT) ଭଳି ଅତ୍ୟାବଶ୍ୟକ ସଞ୍ଚାର ପୋଲାଡ ସୁବିଧା ରହିଛି । ଏହି ଉପକରଣ ସ୍ବୟଂ ଚାଳିତ ତଥ୍ୟ ସଂଗ୍ରହ ପ୍ଲାଟଫର୍ମ ଏବଂ ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ରରୁ ତଥ୍ୟ ଗ୍ରହଣ କରିଥାଏ । ଯାହାଦ୍ବାରା ପାଣିପାଗର ପୂର୍ବାନୁମାନ କରିବାର କ୍ଷମତା ବୃଦ୍ଧି ପାଇବ । SAS ଏବଂ R ଟ୍ରାନ୍ସପୋଣ୍ଡର ଏହି ସାଟେଲାଇଟର ମୁଖ୍ୟ ଉପଦାନ ଅଟେ । ଇସ୍ରୋ ଏସଏସଏଲଭି ବ୍ୟତୀତ ପିଏସଏଲଭିକୁ ମଧ୍ୟ ଲଞ୍ଚ କରିବା ନେଇ ଆଶା କରାଯାଉଛି । ଯାହା ଇଣ୍ଡଷ୍ଟ୍ରି କୋନସୋଷ୍ଟିୟମ ଦ୍ବାରା ବିକଶିତ କରାଯାଇଛି ।