ଆଧ୍ୟାତ୍ମିକତା ହିଁ ଭାରତୀୟ ସଂସ୍କୃତିର ସୁରକ୍ଷା କବଚ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନରସିଂହପୁର ବ୍ଲକ ଅନ୍ତର୍ଗତ କାଠଖୁଣ୍ଟ ଶାର୍ଗୁଣାପଲ୍ଲୀ ସ୍ଥିତ ଅନନ୍ତ ବାସୁକି ପୀଠ ରେ ଅଖିଳ ବିଶ୍ବ ଗାୟତ୍ରୀ ପରିବାର ନରସିଂହପୁର ଶାଖ ପକ୍ଷରୁ ଚାରିଦିନ ଧରି ଚାଲିଥିବା 51 କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ ହୋଇଯାଇଛି। ଅନନ୍ତବାସୁକୀ ପୀଠର ମୁଖ୍ୟ ବାବା ଅନନ୍ତରାମ ମହାରାଜ ଙ୍କ ନେତୃତ୍ୱରେ ପ୍ରଥମ ଦିନ ମହାନଦୀ ରୁ ହଜାର ରୁ ଅଧିକ ଗ୍ରାମବାସୀ କଳସ ଶୋଭାଯାତ୍ରାରେ ଆସି ପୀଠରେ ପହଞ୍ଚିବା ପରେ ଅଙ୍କୁରାରୋପଣ ହୋଇଥିଲା।

ପରେ 51 ଟି କୁଣ୍ଡରେ 3 ଦିନ ଧରି ବିଶ୍ଵଶାନ୍ତି ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ଉତ୍ସବରେ ତହସିଲଦାର ମନୋଜ କୁମାର ମାଝୀ ବ୍ଲକ ଅଧ୍ୟକ୍ଷା ସସ୍ମିତା ଜେନା, ଯୁବ ବିଜୁ ଜନତା ଦଳର ବ୍ଲକ ସଭାପତି ନିର୍ମଳ କୁମାର ଜେନା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ଦଳ ବେହେରା କ୍ୟାପଟେନ ଡି,କେ ମିଶ୍ର, ଅବସର ପ୍ରାପ୍ତ ବରିଷ୍ଠ ଇଂରାଜୀ ବିଭାଗ ପ୍ରାଧ୍ୟାପକ ଡ଼ ପ୍ରଫୁଲ୍ଲ କୁମାର ସାହୁଙ୍କ ସମେତ ହରିଦ୍ଵାର ଶାନ୍ତିକୁଞ୍ଜ ଆଶ୍ରମର ଶେଶଦେବ ବଢେଇ, ସରୋଜ ପ୍ରଧାନ, ଶିବ ପ୍ରସାଦ ସାହୁ, ସୁବାଷ ଚନ୍ଦ୍ର ଚୌହାନ ଙ୍କ ସମେତ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଆଧ୍ୟାତ୍ମିକତା ହିଁ ଭାରତୀୟ ସଂସ୍କୃତିର ସୁରକ୍ଷା କବଚ ଭାରତୀୟ ସଂସ୍କୃତି ର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ଵ ଏଥିପାଇଁ ସମସ୍ତେ ଆଗେଇ ଆସିବା ସହ ଭାରତୀୟ ସଂସ୍କୃତି,ନୀତି, ନୈତିକତା, ମୂଲ୍ୟବୋଧ ଶିକ୍ଷା ଗାୟତ୍ରୀ ପରିବାର ହିଁ ମିଳିଥାଏ ବୋଲି ମତବ୍ୟକ୍ତ କରିଥିଲେ।

ଭଗବାନ ମଲ୍ଲିକ, କୃପାସିନ୍ଧୁ ପାଣିଗ୍ରାହୀ, ବିଜୟ କୁମାର ପଣ୍ଡା ନରେନ୍ଦ୍ର ପ୍ରସନ୍ନ କୁମାର ସାଥୁଆ, ବାସୁଦେବ ସାଥୁଆ,ନୀଳମଣି ସାଥୁଆ କର୍ତ୍ତା ନରେନ୍ଦ୍ର ରାଉତଙ୍କ ସମେତ ଗାୟତ୍ରୀ ପରିବାର ର ସମସ୍ତ ସଦସ୍ୟ ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅନନ୍ତ ରାମ ଦାସ ମହାରାଜ ଧନ୍ୟବାଦ୍ ଅର୍ପଣ କରିଥିଲେ।।

Leave A Reply

Your email address will not be published.